Latest Odisha News

ସୁନ୍ଦରଗଡ଼ରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ରବିବାର ଦିନ ଆଉ ଏକ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ୍ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ ସୁନ୍ଦରଗଡରେ ମୋଟ ୧୧ଟି ମାମଲା ରହିଛି ଏବଂ ସେମାନଙ୍କ ମଧ୍ୟରୁ ୫ଜଣ ଆରୋଗ୍ୟ ହୋଇଛନ୍ତି।

ତେବେ ଓଡ଼ିଶାରେ ଏଯାବତ ୧ ମୃତ୍ୟୁ ଏବଂ ୬୦ ଜଣ ଆରୋଗ୍ୟ ହେବା ସହ ୧୦୨ଟି ସକ୍ରିୟ ମାମଲା ରହିଛି।

Comments are closed.