Latest Odisha News

ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ ହସ୍ପିଟାଲ

ପାରଳାଖେମୁଣ୍ଡି: କରୋନା ଚିକିତ୍ସା ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଖୋଲିଲା କୋଭିଡ-୧୯ ହସ୍ପିଟାଲ । ସେଂଚୁରିଆନ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲ ପରିସରରେ ଏହି ହସ୍ପିଟାଲ ଆରମ୍ଭ ହୋଇଛି । ଏନେଇ ବୁଧବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ, ଏହି ହସ୍ପିଟାଲଟି ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଭୁବନେଶ୍ୱର ଦ୍ୱାରା ପରିଚାଳିତ ହେବ । ୧୧୦ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି ।

Comments are closed.