କଟକ: କଟକ ଜିଲ୍ଲା ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଗତକାଲି ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଛି ।
ଉକ୍ତ ଅଞ୍ଚଳରେ ଗତକାଲି ପାଳଗଦାରେ କିଛି ପିଲାମାନେ ଖେଳୁଥିବା ବେଳେ କୌଣସି କାରଣବଶତଃ ସେଠାରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ପାଳଗଦାରେ ଶିଶୁମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା ।
ପ୍ରଥମେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ର୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି ।
ଏହି ଅଗ୍ନିକାଣ୍ଡରେ ୧୦ ବର୍ଷ ବୟସରୁ କମ୍ ସାଇରାମ, ଦୀପକ ଓ ଇତିଶ୍ରୀଙ୍କ ପୂର୍ବରୁ ପ୍ରାଣହାନୀ ଘଟିଛି ।
ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ଆଲୋକ (୫)କୁ ଅଧିକ ଚିକିତ୍ସା ଲାଗି କଟକର ପ୍ରିମିୟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ସେ ମୃତ୍ୟୁବରଣ କରିଥିଲା ।
ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଶୋକବ୍ୟକ୍ତ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ ଲାଗି ଘୋଷଣା କରିଥିଲେ ।
Comments are closed.