ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି। କ୍ରମାଗତ ଭାବେ ହିନ୍ଦୁମାନଙ୍କ ହତ୍ୟା ନେଇ ମଧ୍ୟ ଅଭିଯୋଗ କରାଯାଉଛି।
ରିପୋର୍ଟ ଅନୁଯାୟୀ, ବାଂଲାଦେଶର ନରସିଙ୍ଗଡି ଜିଲ୍ଲାରେ ଏକ ଗ୍ୟାରେଜ ଭିତରେ ଜଣେ ୨୩ ବର୍ଷୀୟ ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ତାଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ହେଉଥିବା ହିଂସାକୁ ଦେଖି ସେଠାକାର ହିନ୍ଦୁ ମାନଙ୍କ ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରୁଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହେଉଛି।
ଅପରପକ୍ଷରେ ପୀଡିତ ବ୍ୟକ୍ତିଙ୍କୁ ଚଞ୍ଚଲ ଚନ୍ଦ୍ର ଭୌମିକ ଭାବରେ ଚିହ୍ନଟ କରାଯାଇଛି, ଯିଏକି ବହୁ ବର୍ଷ ଧରି ଗ୍ୟାରେଜରେ କାମ କରୁଥିଲେ। ଏପରିକି ସେ ନିଜ ପରିବାରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିଲା।
ସ୍ଥାନୀୟ ବାସିନ୍ଦା ଏବଂ ଗ୍ୟାରେଜ ମାଲିକ ଚଞ୍ଚଲଙ୍କୁ ଜଣେ ସରଳ ଏବଂ ସଚ୍ଚୋଟ ଯୁବକ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ ତାଙ୍କର କାହା ସହିତ କୌଣସି ଶତ୍ରୁତା ନାହିଁ। ପରିବାର ଏବଂ ପଡ଼ୋଶୀ ଉଭୟ ବିଶ୍ୱାସ କରନ୍ତି ଯେ ହତ୍ୟା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା। ଗତ ଦୁଇ ବର୍ଷ ଧରି ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଘୃଣାର ଲହରୀ ବ୍ୟାପିଛି। ସେଠାକାର କିଛି ଅସାମାଜିକ ଲୋକେ ଦେଶରୁ ହିନ୍ଦୁମାନଙ୍କୁ ଲୋପ କରିବାକୁ ଚେଷ୍ଟା କରୁଛନ୍ତି। ଅନେକ ଧର୍ମଗୁରୁ ହିନ୍ଦୁ ପ୍ରାର୍ଥୀଙ୍କୁ ଭୋଟ ଦେବା ହରାମ ବୋଲି ଘୋଷଣା କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଡିସେମ୍ବରରେ ଦୀପୁ ଚନ୍ଦ୍ର ଦାସ ଏବଂ ଖୋକନ ଚନ୍ଦ୍ର ଦାସଙ୍କୁ ମଧ୍ୟ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାଗୁଡ଼ିକ ସାରା ଦେଶରେ ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।