Latest Odisha News

BREAKING NEWS

ଆସୁଛି ଆଉ ଏକ ଲଘୁଚାପ, ନଭେମ୍ୱର ୧୩ ବେଳକୁ…

ଭୁବନେଶ୍ୱର: ନଭେମ୍ବର ୧୩ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଦିନ ପୂର୍ବାନୁମାନ କରିଛି।

ଏହି ପାଣିପାଗ ପ୍ରଣାଳୀଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଶା କରାଯାଉଛି। ନଭେମ୍ବର ୧୫ ତାରିଖ ଆଖପାଖରେ ଏହା ଆହୁରି ଘନୀଭୂତ ହୋଇ ଏକ ଅବପାତର ରୂପ ନେଇପାରେ।

ତେବେ ଏହି ପ୍ରଣାଳୀ ଯୋଗୁଁ କେତେ ବର୍ଷା ହୋଇପାରେ କିମ୍ବା କେଉଁ ରାଜ୍ୟଗୁଡ଼ିକ ପ୍ରଭାବିତ ହୋଇପାରନ୍ତି। ସେ ନେଇ IMD ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପୂର୍ବାନୁମାନ ଜାରି କରିନାହିଁ।

ସୂଚନା ଅନୁଯାୟୀ, ନଭେମ୍ବର ୧୩ ତାରିଖ ଆଖପାଖରେ ଏହି ପ୍ରଣାଳୀଟି ଲଘୁଚାପ କ୍ଷେତ୍ରର ରୂପ ନେବା ପୂର୍ବରୁ, ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.