Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ; ସିଲ୍‌ ହେଲା ରାଜଧାନୀର ଆଉ ଏକ ପ୍ରମୁଖ ବଜାର

ଭୁବନେଶ୍ୱର: କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ସହରର ପ୍ରମୁଖ ବଜାର ଡମଣା ହାଟକୁ ସିଲ୍ କରିଛି।

କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁଯାୟୀ ଗୁରୁବାର ଦିନ ଏହି ସିଲ୍ ନେଇ ଆଦେଶ ଜାରି କରାଯାଇଥିଲା ଏବଂ ଏହାକୁ ୪୮ ଘଣ୍ଟା ପାଇଁ ବାଧ୍ୟତାମୂଳକ ଭାବେ ବନ୍ଦ କରାଯିବ।

ସୂଚନାନୁସାରେ, ବିଏମସି ଟିମ୍ ଗୁରୁବାର ସନ୍ଧ୍ୟାରେ ଡମଣା ହାଟ ପରିଦର୍ଶନ କରି ସେଠାରେ ଲୋକଙ୍କ ଭିଡ ଦେଖିବାକୁ ପାଇଥିଲେ।

ଏହି ଟିମ୍ ବଜାରରେ ଥିବା ସମସ୍ତ ଦୋକାନୀ ଏବଂ ଗ୍ରାହକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ଏବଂ ସମସ୍ତ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛି।

Leave A Reply

Your email address will not be published.