କଟକ: କିଛିଦିନ ତଳେ ଅନୁଗୁଳ ଜିଲ୍ଲାର ଜଣେ ନାବାଳକ ଦୁଇଚକିଆ ଗାଡି ଚଳାଉଥିବା ବେଳେ ଧରାପଡିବାରୁ ଗାଡି ମାଲିକ ୨୬୦୦୦ ଟଙ୍କା ଜୋରିମାନା ଭରିଥିଲେ । ମଙ୍ଗଳବାର ଦିନ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳରେ ସେହିଭଳି ଏକ ଘଟଣାର ପୁନରାବୃତ୍ତି ଘଟିଛି ।
ମିଳିଥିବା ସୂଚନା ଅନୁସାରେ କଟକ ବାରଙ୍ଗ ଅଞ୍ଚଳରେ ଟ୍ରାଫିକ ଚେକିଂ ଚାଲିଥିବା ବେଳେ ଜଣେ ୧୭ ବର୍ଷୀୟ ନାବାଳକ ଟ୍ରାଫିକ ନିୟମ ଭାଙ୍ଗି ଗାଡି ଚଳାଉଥିବାର ଧରା ପଡିଥିଲା । ଟ୍ରାଫିକ ନିୟମ ଅନୁସାରେ ଗାଡି ମାଲିକଙ୍କୁ ୨୬ ହଜାର ଟଙ୍କାର ଜୋରିମାନା ଭରିବାକୁ ପଡିଛି।
ଗାଡି ମାଲିକ ଜଣଙ୍କ ବାରଙ୍ଗ ଅଞ୍ଚଳର କୈଳାଶ ରାଉତ ବୋଲି ଜଣାପଡିଛି ।
Comments are closed.