Latest Odisha News

ଯୁକ୍ତଦୁଇ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ଜଣେ ଫର୍ମାସି ଛାତ୍ର ଗିରଫ, ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

ବ୍ରହ୍ମପୁର: ମେ ୩ ତାରିଖରେ ବ୍ରହ୍ମପୁର ଗଣଦୁଷ୍କର୍ମ ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି। ପୂର୍ବରୁ ୫ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଅନ୍ୟ ଜଣେ ଯୁବକଙ୍କୁ ବାନ୍ଧିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ଓମ୍ କାର ନାୟକ। ସେ ବି ଫର୍ମାର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ପୁରୁଷୋତ୍ତମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ମେ ୮ ତାରିଖରେ ନିଶା ଦେଇ ଯୁକ୍ତ ୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ୮ ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିଲ। ଏଥିରେ ଇଞ୍ଜିନିୟରିଂ ଏବଂ ଫାର୍ମାସି ଛାତ୍ର ସାମଲି ଥିଲେ। ତେବେ ଉକ୍ତ ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏବେ ଜଣେ ଫର୍ମାସି ଛାତ୍ରକୁ ଗିରଫ କରିଛି ପୋଲିସ। ବ୍ରହ୍ମପୁର ସହରର ଏକ ଘରୋଇ ସ୍କୁଲରେ ପଢ଼ୁଥିବା ପୀଡ଼ିତା ଛାତ୍ରୀଙ୍କୁ ତାଙ୍କର ଜଣେ ବାଳକ ସହପାଠୀ ନିଜ ଘରକୁ ଡାକିଥିଲେ। ଏହି ସମୟରେ ସହପାଠୀଙ୍କ ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ ଅନ୍ୟ ୭ ଜଣ ସହପାଠୀ ଉପସ୍ଥିତ ଥିଲେ। ସଭିଏଁ ମିଶି କିଛି ସମୟ କଥାବାର୍ତ୍ତା ପରେ ଛାତ୍ରୀଙ୍କୁ ତାଙ୍କ ସହପାଠୀମାନେ ନିଶା ଦେଇଥିଲେ। ଏହାପରେ ଛାତ୍ରୀ ଜଣଙ୍କ ଅଚେତ ହୋଇ ପଡିଥିଲେ।

ଏହି ଅଚେତ ଅବସ୍ଥାରେ ୮ ଜଣ ସହପାଠୀ ତାଙ୍କୁ ଦୁଷ୍କର୍ମ କରିଥିଲେ। ଛାତ୍ରୀଙ୍କ ଚେତା ଫେରିବା ପରେ ସେ ନିଜ ଘରକୁ ଫେରି ଘଟଣା ସମ୍ପର୍କରେ କହିଥିଲେ। ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ବୈଦ୍ୟନାଥପୁର ଥାନା ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇବା ସହ ଏହି ଗଣଦୁଷ୍କର୍ମରେ ସଂପୃକ୍ତ ୮ ଜଣ ସହପାଠୀମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା ପୋଲିସ।

Leave A Reply

Your email address will not be published.