Latest Odisha News

BREAKING NEWS

ଦନ୍ତାଙ୍କ ପାଇଁ କାଳ ଜଙ୍ଗଲରେ ଶିକାରୀ ବିଛାଉଥିବା ବିଦ୍ୟୁତ୍ ତାର

ଅନୁଗୁଳ: ଦୁଇ ଦିନରେ ଆଖି ବୁଜିଲେଣି ଦୁଇ ଦୁଇଟି ଦନ୍ତା । ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଆଉ ଏକ ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀର ମୃତଦେହ ମିଳିଛି । ଗାଁ ଲୋକଙ୍କ ଠାରୁ ଖବର ପାଇଁ ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ବେଳେ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଶୁକ୍ରବାର ମଧ୍ୟ ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ରାଙ୍କିଆ ଗାଁ କଇଁଥଗୋଡା ନିକଟ ଚାଷ ଜମିରୁ ଏକ ଦନ୍ତା ହାତୀର ମୃତଦେହ ମିଳିଥିଲା । ହାତୀର ଶୁଣ୍ଢରେ ବିଦ୍ୟୁତ୍ ତାର ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । କେବଳ ଅନୁଗୁଳ କି ଢେଙ୍କାନାଳ ନୁହେଁ । ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ଏଭଳି ଭାବେ ହାତୀଙ୍କ ଜୀବନ ଯାଉଛି ।

ବନ ବିଭାଗର ଘନ ଘନ ପାଟ୍ରୋଲିଂ ସତ୍ତ୍ୱେ ଜଙ୍ଗଲରେ କିଏ ବିଛାଉଛି ବିଦ୍ୟୁତ୍ ତାର ? ବାରହା ଶିକାର ପାଇଁ ବିଛା ଯାଉଥିବା ତାରରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ ।

Leave A Reply

Your email address will not be published.