Latest Odisha News

BREAKING NEWS

ପୁଣି ସାଇବର ଠକେଇର ଶିକାର: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

ଅନୁଗୁଳ: ପୁଣି ସାଇବର ଠକେଇର ଶିକାର ହେଲେ ଜଣେ ବ୍ୟକ୍ତି । ଠକ ଲୁଟିନେଲେ ୫ଲକ୍ଷ ୨୭ହଜାର ୩୯୭ଟଙ୍କା । ଅନୁଗୁଳ ଗାନ୍ଧୀମାର୍ଗସ୍ଥିତ ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ ହୋଇଛନ୍ତି ଠକାମୀର ଶିକାର । ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ଜମା ଥିବା ବେଳେ ସେ ଜାଣିବାକୁ ପାଇଥିଲେ ଯେ ଏକାଧିକ ଥର ତାଙ୍କ ଆକାଉଣ୍ଟରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରୁ କଟିଛି ।

କୌଣସି ଅଜଣା ଫୋନକଲ ମାଧ୍ୟମରେ ତଥ୍ୟ ଦେଇନଥିବା କିମ୍ବା ଓଟିପି ସେୟାର କରିନଥିବା ଚଣ୍ଡିକା କହିଥିବା ବେଳେ ହ୍ୟାକ କରି ହ୍ୟାକର ଟଙ୍କା ଲୁଟିନେଇଥିବା ସନ୍ଦେହ କରିଛନ୍ତି । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଏନେଇ ତଦନ୍ତ ଜାରି ରଖିଥିବା ବେଳେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

Comments are closed.