Latest Odisha News

BREAKING NEWS

ରାଉରକେଲାରେ ୨୯ ବର୍ଷୀୟା ମହିଳା କରୋନା ପଜିଟିଭ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲାରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ରାଉରକେଲା ଅଞ୍ଚଳର ଜଣେ ମହିଳା ବୋଲି ଜଣାପଡିଛି। ଏଥିସହିତ ଓଡ଼ିଶାରେ କରୋନା ପଜିଟିଭ ମାମଲା ୧୬୩ ଛୁଇଁଛି।

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଟ୍ବିଟ କରାଯାଇଛି।

 

ବିଭାଗର ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ମହିଳା ଜଣକର ବୟସ ୨୯ ବର୍ଷ ଏବଂ ସେ ସ୍ଥାନୀୟ ନାଲା ରୋଡର ବାସିନ୍ଦା। ଯେଉଁ ଅଞ୍ଚଳକୁ ପୂର୍ବରୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା।

ଆହୁରି ମଧ୍ୟ ସେ ଜଣେ କରୋନା ଆକ୍ରାନ୍ତଙ୍କ ପଡୋଶୀ। ତେବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣରୁ ପ୍ରାୟ ୫ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.