ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟ ପୂର୍ବରୁ ପେସ ବୋଲର ଆକାଶଦୀପ ଓ ଅର୍ଶଦୀପ ସିଂ ଆଘାତପ୍ରାପ୍ତ ହୋଇଛନ୍ତି । ସେମାନେ ୪ର୍ଥ ଟେଷ୍ଟ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇ ପାରିନି । ଟିମ ଇଣ୍ଡିଆ ସେମାନଙ୍କ ଷ୍ଟାଣ୍ଡବାଇ ଖେଳାଳି ଭାବେ ଯୁବ ବୋଲର ଅଂଶୁଲ କମ୍ବୋଜଙ୍କୁ ଦଳରେ ସାମିଲ କରିଛି । ଜୁଲାଇ ୨୩ରୁ ଓଲ୍ଡଟ୍ରାଫେଡରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇ ପଡିଛି ।
ଟେଷ୍ଟ ସିରିଜ ପୂର୍ବରୁ ଖେଳା ଯାଇଥିବା ଇଂଲଣ୍ଡ ଲାଏନ୍ସ ଓ ଇଣ୍ଡିଆ ଏ ସିରିଜରେ ଅଂଶୁଲଙ୍କୁ ସାମିଲ କରାଯାଇଥିଲା । ସେ ନର୍ଥଥାମ୍ପଟନ ଓ କ୍ୟାଂଟରବେରୀରେ ୫ ୱିକେଟ ନେଇଥିଲେ । ଗତ ବର୍ଷ ରଣଜୀ ଟ୍ରଫି କ୍ରିକେଟରେ ଗୋଟିଏ ଇନିଂସରେ ସମସ୍ତ ୧୦ ୱିକେଟ ନେଇ ସେ ଚର୍ଚ୍ଚାକୁ ଆସିଥିଲା । ହରିୟାଣାର ଏହି ଯୁବ ବୋଲର କେରଳ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ପୂର୍ବରୁ କେବଳ ବେଙ୍ଗଲର ପ୍ରେମାଂଶୁ ଚାଟାର୍ଜି ଓ ରାଜସ୍ଥାନର ପ୍ରଦୀପ ସୋମସୁନ୍ଦର ରଣଜୀରେ ଗୋଟିଏ ଇନିଂସରେ ୧୦ ୱିକେଟ ନେଇଥିଲେ ।
Comments are closed.