Latest Odisha News

ରେସଲର ବଜରଙ୍ଗ ପୁନିଆଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କଲା ଏଡିଡିପି

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ରେସଲର ବଜରଙ୍ଗ ପୂନିଆଙ୍କୁ ସୋମବାର ବଡ ଆଶ୍ୱସ୍ତି ମିଳିଛି । ତାଙ୍କ ଉପରେ ଲଗା ଯାଇଥିବା ଅସ୍ଥାୟୀ ନିଲମ୍ବନକୁ ନ୍ୟାଶନାଲ ଆଂଟି ଡୋପିଂ ଡିସିପ୍ଲିନାରୀ ପ୍ୟାନେଲ ରଦ୍ଦ କରିଦେଇଛି । ବଜରଙ୍ଗ କରିଥିବା ଅଭିଯୋଗ ନେଇ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସିକୁ ନୋଟିସ ମଧ୍ୟ ଜାରୀ କରିଛି । ଚଳିତ ବର୍ଷ ମାର୍ଚ୍ଚରେ ଚୟନ ଅବସରରେ ବଜରଙ୍ଗ ତାଙ୍କ ଡୋପ ସାମ୍ପୁଲ ଦେବାକୁ ମନା କରି ଦେଇଥିଲେ । ଏହା ପରେ ନାଡା ଏପ୍ରିଲ ୨୩ରେ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ସାମୟିତ ଭାବେ ନିଲମ୍ବିତ କରିଥିଲା । ଏହା ପରେ ୟୁଡବ୍ଲ୍ୟୁଡବ୍ଲ୍ୟୁ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ବଜରଙ୍ଗ ତାଙ୍କ ଓକିଲଙ୍କ ସହ ଏ ନେଇ ଅଭିଯୋଗ କରିଥିଲେ । ଏଡିଡିପି ପକ୍ଷରୁ କୁହାଯାଇଛି ସେ ସାମ୍ପୁଲ ଦେବାକୁ ମନା କରି ନାହାନ୍ତି । ସେ ସାମ୍ପୁଲ କିଟ ଏକ୍ସପାୟରୀ ହୋଇଥିବା ନେଇ ଅଭିଯୋଗ କରିଥିଲେ । ନାଡା ଏ ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତର କାହିଁକି ଦେଇନି ବୋଲି ଏଡିଡିପି ପକ୍ଷରୁ ପ୍ରଶ୍ନ କରାଯାଇଛି ।

Comments are closed.