ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ରରୂପ ନେଉଛି ବାଂଲାଦେଶ ହିଂସା l ପ୍ରଧାନମନ୍ତ୍ରୀ ଇସ୍ତଫା ଏବଂ ଦେଶ ଛାଡିବା ପରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହିଂସା ଆହୁରି ବଢିଯାଇଛି l ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି। ମନ୍ଦିରକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗେଇ ଦେଇଛନ୍ତି ବିକ୍ଷୋଭକାରୀ l କେବଳ ଇସ୍କନ ମନ୍ଦିର ନୁହେଁ ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶର ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ l
ସୂଚନା ଅନୁସାରେ, ଦେଶରେ ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉଛି। ବିକ୍ଷୋଭକାରୀମାନେ ପ୍ରାୟ ୨୭ଟି ଜିଲ୍ଲାରେ ଥିବା ହିନ୍ଦୁମାନଙ୍କ ମନ୍ଦିର, ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି । ମେହେରପୁରରେ ଇସକନ୍ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ହିଂସାର ଏକ ମୁଖ୍ୟ ଅଂଶ । ଗତ ୨୪ ଘଣ୍ଟା ମଧ୍ୟରେ ବାଂଲାଦେଶରେ ଏକାଧିକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି । ମନ୍ଦିର ଉପରେ ଆକ୍ରମଣ ବ୍ୟତୀତ ଢାକା ଧାନମୋଣ୍ଡି ଅଞ୍ଚଳରେ ଥିବା ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ମଧ୍ୟ ଭଙ୍ଗାରୁଜା ହୋଇଛି।
ସୂଚନାଯୋଗ୍ୟ ଯେ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ଗତକାଲି ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଭାରତକୁ ପଳାଇ ଆସିଛନ୍ତି l ଭାରତରେ କିଛି ଦିନ ରହିବ ପରେ ସେ ଇଂଲଣ୍ଡ ପଳାଇବେ ବୋଲି ସୂଚନା ମିଳିଛି l
Comments are closed.