Latest Odisha News

ଆରମ୍ଭ ହେଲା ବିଚ୍ଛେଦର ସପ୍ତାହ

ଭୁବନେଶ୍ୱର: ପ୍ରେମର ସପ୍ତାହ ପରେ ଏବେ ଏହାର ଠିକ୍ ବୀପରୀତ ସପ୍ତାହ ଶନିବାରଠାରୁ ଆରମ୍ଭ ହୋଇଯାଇଛି । ଏହାର ମୁଖ୍ୟ କାରଣ ହେଲା ପ୍ରେମରେ ଯେ, ସମସ୍ତେ ସଫଳ ହେବେ ବା ପସନ୍ଦ କରିବେ ତାହା ମାନେ ନାହିଁ । ଯେଉଁମାନେ ଏହାକୁ ମାନନ୍ତି ନାହିଁ ବା ବିଫଳ ହୋଇଛନ୍ତି ସେମାନେ ଏହି ସପ୍ତାହକୁ ପାଳନ କରିଥାନ୍ତି ।

ଭାଲେନଟାଂଇନ ସପ୍ତାହ ମିଳନର ସପ୍ତାହ ଥିବା ବେଳେ ୧୫ ଫେବୃୟାରୀରୁ ସପ୍ତାହ ବ୍ୟାପି ଆଂଟି ଭାଲେନଟାଂଇନ ବା ବିଚ୍ଛେଦ ସପ୍ତାହ ପାଳନ କରାଯିବ । ୧୫ ତାରିଖକୁ ସ୍ଲାପ ଦିବସ ବା ଚାପୁଡା ଦିବସ, ୧୬କୁ କିକ୍ ବା ଗୋଇଠା ଦିବସ ଭାବେ ପାଳନ କରାଯିବ ।

ସେହିପରି ୧୭କୁ ପରଫ୍ୟୁୟମ, ୧୮କୁ ଫ୍ଲିଟରିଂ ଡେ (ଚିଡାଚିଡି) ଓ ୧୯କୁ କନଫେଶନ ଡେ (ଭୁଲ ସ୍ୱୀକାରୋକ୍ତି) ଦିବସ ଭାବେ ପାଳନ କରାଯାଏ । ୨୦କୁ ମିସିଂ ଡେ (ମନେପକାଇବା) ଓ ୨୧କୁ ବ୍ରେକଅପ୍ ବା ବିଚ୍ଛେଦ ଦିବସ ଭାବେ ପାଳନ କରାଯିବ ।

Leave A Reply

Your email address will not be published.