Latest Odisha News

BREAKING NEWS

ନିରାଶ କଲେ ଅନ୍ତିମ, ଅନ୍ନୁ, ଟିଟି ମହିଳା ଟିମ

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି । ଏହା ବ୍ୟତୀତ ଅନ୍ତିମ ଫଙ୍ଘାଲ ମଧ୍ୟ ୫୩ କିଗ୍ରା ବିଭାଗରେ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ତୁର୍କୀୟେର ଜେନ୍ୟାପ ୟେଟଗିଲଙ୍କଠାରୁ ୦-୧୦ରେ ହାରି ଯାଇଛନ୍ତି । ସେହିପରି ମହିଳା ୧୦୦ ମିଟର ହର୍ଡଲ୍ସରେ ଜ୍ୟୋତି ୟାରାଜୀ ୧୩.୧୬ ସେକେଣ୍ଡ ସମୟ ନେଇ ହିଟ୍ସରେ ୭ମ ସ୍ଥାନରେ ରହିଥିଲେ । ଏବେ ସେ ରେପେଚେଜ ରାଉଣ୍ଡରେ ଅଂଶଗ୍ରହଣ କରିବେ । ମହିଳା ଜାଭେଲିନ ଥ୍ରୋରେ ଅନ୍ନୁ ରାନୀ ଫାଇନାଲକୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ସେ ଓଭରାଲ ୨୯ତମ ସ୍ଥାନରେ ରହି ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ।

ପୁରୁଷ ହାଇଜମ୍ପରେ ସର୍ବେଶ କୁଶାରେ ୨୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି । ୨.୨୦ ମିଟର ଉଚ୍ଚତାକୁ ସେ ଅତିକ୍ରମ କରିପାରି ନ ଥିଲେ । ମହିଳା ଟେବୁଲ ଟେନିସ ଟିମ କିଛି ଚମତ୍କାର କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାହା ସମ୍ଭବପର ହୋଇ ନ ଥିଲା । କ୍ୱାର୍ଟର ଫାଇନାଲରେ ଟିଟି ଟିମ ୧-୩ରେ ଜର୍ମାନୀଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି । ପୁରୁଷ ଟିଟି ଟିମ ପ୍ରଥମ ରାଉଣ୍ଡରେ ଚୀନ ନିକଟରୁ ୩-୦ରେ ହାରି ବିଦାୟ ନେଇଛନ୍ତି ।

Comments are closed.