Latest Odisha News

BREAKING NEWS

୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ମାଡିବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ନିତ୍ୟାନନ୍ଦ ଗାଇଗରିଆ । ସ୍ପୋର୍ଟସ ବିଭାଗର ଜୁନିଅର ଆସିଷ୍ଟାଣ୍ଡ କ୍ଳର୍କ ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କ ଠାରୁ ଦରମା ମାମଲାରେ ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ଭିଜିଲାନ୍ସ ବିଭାଗ ।

ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ବରିଷ୍ଠ କିରାଣୀ ନିତ୍ୟାନନ୍ଦ, ପୂର୍ବରୁ ଉକ୍ତ ବ୍ଲକରେ ପିଅନ ଭାବେ କାର୍ଯ୍ୟ କରୁଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତାଙ୍କର ଦରମା କାର୍ଯ୍ୟ କରାଇବାକୁ ତାଙ୍କ ଠାରୁ ଟଙ୍କା ମାଗିବା ସହ ତାଙ୍କୁ ବାରମ୍ବାର ଦୌଡାଉଥିଲେ । ବାଧ୍ୟହୋଇ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ।

ଆଉ ଆଜି ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ନିତ୍ୟାନନ୍ଦଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରି ନେଇଥିଲେ । ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିବା ସହ ତାଙ୍କ ଅଫିସ, ସରକାରୀ କ୍ୱାଟର ସମେତ ତେଲିନାଲିସ୍ଥିତ ପୈତୃକ ବାସ ଭାବନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Comments are closed.