Latest Odisha News

BREAKING NEWS

ଭିଭିଆଇପି ହେଲିକପ୍ଟର କିଣା ଘୋଟାଲାରେ ଅନୁପ କୁମାର ଗିରଫ 

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ ଅନୁପ କୁମାର ଗୁପ୍ତାଙ୍କୁ ଗିରଫ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୩ ହଜାର ୬ ଶହ କୋଟିର ଏହି ଘୋଟାଲାରେ ଇଣ୍ଡିଆ ଗେଟ୍‌ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆର୍‌ବିପି ଲିମିଟେଡ୍‌ର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଅନୁପ କୁମାରଙ୍କୁ ଉଠାଇ ନେଇଛି । 

BjdElectrycity

ଅନୁପ କୁମାରଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ମନିଲେଣ୍ଡରିଂ ଅଧିନିୟମ ଅନୁସାରେ ଗିରଫ କରାଯାଇଛି । ଏହି ଘୋଟଲାରେ ଜାରି ରହିଥିବା ଯାଞ୍ଚରେ ସେ ସହଯୋଗ କରୁନଥିବା ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଛି । ସ୍ୱତନ୍ତ୍ର ଅଦାଲତ ତାଙ୍କୁ ପାଞ୍ଚଦିନ ପାଇଁ ଇଡିର ହେପାଜତକୁ ପଠାଇ ଦେଇଛନ୍ତି ।

ଇଡି ଇଟାଲି ସ୍ଥିତ ଫିନ୍‌ମେକେନିକାର ବ୍ରିଟିଶ୍‌ ସହାୟକ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଠାରୁ ୧୨ଟି ଭିଭିଆଇପି ହେଲିକପ୍ଟର କିଣିବା ପାଇଁ କରାଯାଇଥିବା ଚୁକ୍ତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲା ।

Leave A Reply

Your email address will not be published.