Latest Odisha News

BREAKING NEWS

‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ ମିନିଷ୍ଟର’କୁ ନେଇ ମୁହାମୁହିଁ ଅଭିନେତା ଅନୁପମ ଓ ହଂସଲ..

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ଅନ୍ତିମ ସତ୍କାର ଶନିବାର ଦିନ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହାରି ମଧ୍ୟରେ ତାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ‘ପୁଣିଥରେ ଚର୍ଚ୍ଚାକୁ ଆସିଛି।

‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ କୁ ନେଇ ଭେଟେରାନ ଆକ୍ଟର ଅନୁପମ ଖେର ଏବଂ ଚଳଚ୍ଚିତ୍ର ନିର୍ମାତା ହଂସଲ୍ ମେହେତାଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ୨୦୧୯ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଉପରେ ସାମ୍ବାଦିକ ବୀର ସାଂଘୱି ନିଜର ‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଲେଖିଛନ୍ତି ଯେ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ରେ ମନମୋହନ ସିଂହ ଙ୍କ ସହ ଜଡିତ ମିଥ୍ୟା ତଥ୍ଯ ଉପସ୍ଥାପନ କରାଯାଇଛି। ଏହି ଫିଲ୍ମ  ସବୁଠାରୁ ଖରାପ ଚଳଚ୍ଚିତ୍ର ଏବଂ  ଜଣେ ଭଲ ବ୍ୟକ୍ତିଙ୍କ ନାମକୁ କିପରି ଗଣମାଧ୍ୟମର ବ୍ୟବହାର କରି ଖରାପ କରାଯାଇପାରେ ତାହାର ଉଦାହରଣ ହେଉଛି ଏହି ଫିଲ୍ମ।

ସାଂଘୱିଙ୍କ ଏହି ପୋଷ୍ଟକୁ ସମର୍ଥନ କରି ଏହା ୧୦୦%  ସତ ବୋଲି ହଂସଲ ମେହେତା କମେଣ୍ଟ କରିଥିଲେ। ଯାହା ପରେ ଅନୁପମ ଖେର ହଂସଲ ମେହେତାଙ୍କୁ ପାଖଣ୍ଡି ବୋଲି କହିଛନ୍ତି।

ଅନୁପମ ଖେରଙ୍କ ଟ୍ୱିଟର ଜବାବରେ ହଂସଲ ମେହେତା ଲେଖିଛନ୍ତି ଯେ ମୁଁ ମୋର ଭୁଲକୁ ସ୍ୱୀକାର କରୁଛି। ମୁଁ ଭୁଲ କରିଛି, ମୋର ଭୁଲ ସ୍ବିକାର କରିବାର ଅଧିକାର ନାହିଁ କି? ମୁଁ ବୃତ୍ତିଗତ ଭାବରେ ମୋ କାର୍ଯ୍ୟ କରିଥିଲି କିନ୍ତୁ ଏହାର ମାନେ ନୁହେଁ କି ମୁଁ ମୋର ନିଜ ଫିଲ୍ମକୁ ସମର୍ଥନ କରିବି।

ଏହି ଚଳଚ୍ଚିତ୍ର ୨୦୧୯ରେ ରିଲିଜ ହୋଇଥିଲା। ଏଥିରେ ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭୂମିକାରେ ଅଭିନୟ କରିଥିବାବେଳେ ହଂସଲ ମେହେତା ଓଡିଶୈର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୂମିକାରେ ଅଭିନୟ କରିଥିଲେ।

 

Comments are closed.