Latest Odisha News

ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲର ଶୁଭାରମ୍ଭ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ:ଜାତୀୟ କ୍ରୀଡ଼ା ଦିବସ ୨୦୨୩ ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଜେଏଲଏନ ଷ୍ଟାଡିୟମରେ ଆୟୋଜିତ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ଜାତୀୟ କ୍ରୀଡ଼ା ମହାସଂଘ ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ବୁଦାପେଷ୍ଟଠାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଏସୀୟ ରେକର୍ଡ ସୃଷ୍ଟି କରିଥିବା ୪୪୦୦ ମିଟର ପୁରୁଷ ରିଲେ ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଠାକୁର କହିଥିଲେ, ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ରେ ଆମକୁ ଲଗାତାର ତିନୋଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଦେଇଥିଲେ । ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ଉପଯୁକ୍ତ ଦିନ ଏବଂ ମୁଁ ଏହା ଦେଖି ଆନନ୍ଦିତ ଯେ ବର୍ଷ ବର୍ଷ ଧରି ପ୍ରଶିକ୍ଷକ ଏବଂ ଆଥଲେଟମାନେ ମଧ୍ୟ ଏହି କ୍ରୀଡ଼ା ବିପ୍ଳବକୁ ଆଗେଇ ନେବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।

ସମଗ୍ର ଭାରତରେ ୩୫୨୬ଟି କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି ଏବଂ ଏହା ଆଜି ଆମେ ଯେଉଁ ସ୍ଥାନକୁ ଆସିଛୁ ତାହାର ପ୍ରମାଣ । ଭାରତୀୟ କ୍ରୀଡ଼ା ପାଇଁ ଏହା ଏକ ଅବିଶ୍ୱସନୀୟ ପର‌୍ୟ୍ୟାୟ । ୬୦ ବର୍ଷ ରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମାତ୍ର ୧୮ ଟି ପଦକ ଥିଲା । ଚଳିତ ବର୍ଷ ହିଁ ଆମେ ପ୍ରତିଯୋଗିତାରେ ୨୬ଟି ପଦକ ଜିତିଥିଲୁ । ଖାଲି ସେତିକି ନୁହେଁ ଚେସ୍ ରେ ପ୍ରଜ୍ଞାନନ୍ଦ, କୁସ୍ତିରେ ଅନ୍ତିମ ପଙ୍ଘାଲ ଏବଂ ତୀରନ୍ଦାଜୀରେ ଅଦିତି ଗୋପୀଚାନ୍ଦ ସ୍ୱାମୀ, ସମସ୍ତ କ୍ରୀଡ଼ାରେ ଆମେ ଅଭୂତପୂର୍ବ ଫଳାଫଳ ପାଉଛୁ।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ବୁଦାପେଷ୍ଟରେ ମଧ୍ୟ ଆମର ୪x୪୦୦ ମିଟର ରିଲେ ଦଳର ପାରୁଲ ଚୌଧୁରୀ ଏବଂ ଆମର ସବୁଦିନିଆ ହୀରୋ ନୀରଜ ଚୋପ୍ରା ସହ ଚମତ୍କାର ପ୍ରଦର୍ଶନ କରିଛନ୍ତିନ୍ତି । ଫିଟ୍ ଇଣ୍ଡିଆ କୁଇଜ୍ର ତୃତୀୟ ସଂସ୍କରଣ ମଧ୍ୟ ଘୋଷଣା କରାଯାଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଭାରତର ସର୍ବବୃହତ କ୍ରୀଡ଼ା ଓ ଫିଟନେସ୍ କୁଇଜ୍ ପ୍ରତିଯୋଗିତା, ଯେଉଁଥିରେ ମୋଟ ୩.୨୫ କୋଟି ଟଙ୍କାର ପୁରସ୍କାର ରାଶି ରହିଛି। ପ୍ରକ୍ରିୟାକରଣ ପାଇଁ ଏକ ସିଙ୍ଗଲ ୱିଣ୍ଡୋ ଭାବେ କାର‌୍ୟ୍ୟ କରିବ ।ଏହା ଦ୍ୱାରା ବ୍ୟକ୍ତିଗତ ଭାବେ ଏନଏସଏଫ ଦସ୍ତାବିଜ ଦାଖଲ କରିବାର ପଦ୍ଧତି ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଏହାର ଯାଞ୍ଚ କରିବାର ପ୍ରଚଳିତ ବ୍ୟବସ୍ଥା ଉଚ୍ଛେଦ ହୋଇଯିବ ।

ଏହି ଅନଲାଇନ୍ ପୋର୍ଟାଲ କ୍ରୀଡ଼ା ବିଭାଗ ଏବଂ ଜାତୀୟ କ୍ରୀଡ଼ା ମହାସଂଘ ମଧ୍ୟରେ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ବିଭିନ୍ନ କାର‌୍ୟ୍ୟାଳୟ, କେନ୍ଦ୍ର ମନ୍ତ୍ରଣାଳୟ କାର‌୍ୟ୍ୟାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର, ଜାତୀୟ କ୍ରୀଡ଼ା ମହାସଂଘ ସମେତ ସ୍କୁଲ ଓ କଲେଜରେ କ୍ରୀଡ଼ା ଓ ଫିଟନେସ୍ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.