Latest Odisha News

BREAKING NEWS

ବଡ ପରଦାକୁ ଫେରିବେ ଅନୁଷ୍କା!

ମୁମ୍ବାଇ: ବଲିଉଡ୍‌ ଅଭି‌ନେତ୍ରୀ ଅନୁଷ୍କା ଶର୍ମା ମା ହେବା ପରେ କେବେ ଫିଲ୍ମରେ ପାଦ ଦେବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ପ୍ରଶଂସକମାନେ ତାଙ୍କ ଅଭିନୟ ଦୁନିଆକୁ ଫେରିବା ନେଇ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ ଅନୁଷ୍କା ତିନୋଟି ବଲିଉଡ ପ୍ରୋଜେକ୍ଟରେ ଅଭିନୟ କରିପାରନ୍ତି। ଖବର ଅନୁଯାୟୀ, ସେଥିମଧ୍ୟରୁ ୨ଟି ପ୍ରେକ୍ଷାଳୟରେ ରିଲିଜ୍ କରିବ। ଅନ୍ୟଟି OTT ରେ ରିଲିଜ କରିବ। ଏହା ଯେକୌଣସି ଡିଜିଟାଲ୍ ପ୍ଲାଟଫର୍ମ ପାଇଁ ସୁଟ୍ ହୋଇଥିବା ସବୁଠୁ ବଡ ଚଳଚ୍ଚିତ୍ର ବୋଲି କୁହାଯାଉଛି।

ଅନୁଷ୍କା ଶର୍ମାଙ୍କୁ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫିଲ୍ମ ‘ଜିରୋ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ୨୦୨୨ରେ ଅନୁଷ୍କା ଶର୍ମା ବଡ ପରଦାକୁ ଫେରିବା ହେଉଛି ଏବେ ସବୁଠୁ ଚର୍ଚ୍ଚାର ବିଷୟ।

Comments are closed.