Latest Odisha News

BREAKING NEWS

କୋଭିଡ୍‌ ରିଲିଫ୍‌ ପାଇଁ ୩.୫ କୋଟିରୁ ଅଧିକ ସଂଗ୍ରହ କଲେଣି ବିରୁଷ୍କା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଘୋଷଣା କରିଛନ୍ତି ଯେ ସେମାନେ କୋଭିଡ-୧୯ ରିଲିଫ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିଜେ ୨ କୋଟି ଟଙ୍କା ଦାନ କରିବା ପରେ ସେମାନେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ମହାମାରୀ ସହ ଲଢିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ତେବେ ସେମାନେ ୭ କୋଟିର ଲକ୍ଷ୍ୟ ରଖିଛନ୍ତି। ଆଜି ସେମାନେ ୭ କୋଟିରୁ ୩.୬ କୋଟି ସଂଗ୍ରହ କରିବାରେ ସଫଳ ହୋଇପାରିଛନ୍ତି।

BjdElectrycity

ଶନିବାର ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ପ୍ରଶଂସକଙ୍କୁ ସୂଚନା ଦେଇ କହିଛନ୍ତି ଯେ ସେମାନେ ୩.୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି ଏବଂ ଯୋଗଦାନ ଦେଇଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଏକ ପୋଷ୍ଟ ସେୟାର କରି ଦର୍ଶାଇଛନ୍ତି ଯେ ସେମାନେ ୩.୬ କୋଟି ଟଙ୍କା ସହିତ ସେମାନଙ୍କର ଲକ୍ଷ୍ୟର ୫୦ ପ୍ରତିଶତ ଅତିକ୍ରମ କରିଛନ୍ତି। ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ଦାନ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ। ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ।

ଅନୁଷ୍କାଙ୍କ ସ୍ୱାମୀ ବିରାଟ କୋହଲି ମଧ୍ୟ ସମାନ ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ,“୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୩.୬ କୋଟି! ଆମର ଲକ୍ଷ୍ୟ ପୂରଣ କରିବା ଏବଂ ଦେଶକୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ ଜାରି ରଖିବା। ଧନ୍ୟବାଦ।

Leave A Reply

Your email address will not be published.