Latest Odisha News

BREAKING NEWS

ଭାରତ ବ୍ୟତିତ ଏହି ଦେଶରେ ବି ପାଳନ ହୁଏ ରାଖୀ ଉତ୍ସବ

ଭୁବନେଶ୍ଵର: ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଯାହାକୁ ସାରା ଦେଶରେ ବଡ ଧୁମଧାମ୍ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ ।ଏହିଦିନ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିବା ସହ ତା’ର ଉଜ୍ୱଳ ଭବିଷ୍ୟତ କାମନା କରିଥାଏ । ଏହା ବଦଳରେ ଭାଇ ତା’ର ଅଲିଅଳ ଭଉଣୀକୁ କିଛି ଉପହାର ଭେଟି ଦେବା ସହ ତା’ର ସୁରକ୍ଷା କରିବା ଲାଗି ପ୍ରତିଜ୍ଞା ଦେଇଥାଏ । ଏହି ପର୍ବକୁ କେବଳ ହିନ୍ଦୁ ତା’ ନୁହେଁ ଅନ୍ୟ ଧର୍ମାବଲମ୍ବୀ ବ୍ୟକ୍ତିମାନେ ମଧ୍ୟ ପାଳନ କରିଥାନ୍ତି । ତେବେ କଣ ଆପଣ ଜାଣନ୍ତି କି ଭାରତ ବ୍ୟତୀତ ଅନ୍ୟ କେତେକ ଦେଶ ମାନଙ୍କରେ ମଧ୍ୟ ପାଳନ ହୋଇଥାଏ ଏହି ରକ୍ଷାବନ୍ଧନ ପର୍ବ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ରକ୍ଷାବନ୍ଧନ ପ୍ରତିବର୍ଷ କେବଳ ଭାରତରେ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ବହୁ ଧୁମଧାମରେ ପାଳନ କରାଯାଏ । ଲଣ୍ଡନରେ ଥିବା ଭାରତୀୟ ନାଗରିକ ମାନେ ମଧ୍ୟ ବହୁତ ଧୁମଧାମରେ ଏହି ପର୍ବ ପାଳନ କରିଥାଆନ୍ତି । ସେହିପରି ନେପାଳରେ ମଧ୍ୟ ବଡ ଧୁମଧାମରେ ଏହି ପର୍ବ ପାଳନ କରାଯାଏ । ନେପାଳ ହେଉଛି ଦୁନିଆର ଦ୍ୱିତୀୟ ଦେଶ ଯେଉଁଠାରେ ଭାରତ ପରି ପୂର୍ଣ୍ଣ ପରମ୍ପରା ସହିତ ରକ୍ଷାବନ୍ଧନ ପାଳନ କରାଯାଏ । ନେପାଳ ଏବଂ ଲଣ୍ଡନ ବ୍ୟତୀତ ଅଷ୍ଟ୍ରେଲିଆରେ ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ରାଖୀ ପର୍ବକୁ ବହୁତ ଉତ୍ସାହର ସହ ପାଳନ କରନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାଉଦି ଆରବ ଭଳି ଦେଶରେ ମଧ୍ୟ ରକ୍ଷାବନ୍ଧନ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ଏପରିକି ରକ୍ଷାବନ୍ଧନ ଆସିଲେ ସାଉଦି ଆରବର କିଛି ଦୋକାନରେ ମଧ୍ୟ ରାଖୀ ବିକ୍ରି ହେଉଥିବାର ଦେଖାଯାଏ ।

Comments are closed.