ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ କଳାକାର ଧର୍ମେନ୍ଦ୍ରଙ୍କ ପରଲୋକ ପ୍ରଶଂସକଙ୍କ ବ୍ୟଥିତ କରିଛି । ଏହା ପରେ ଅପନେ ୨ ଫିଲ୍ମ ବନ୍ଦ ହୋଇଯାଇଥିବା ଖବର ପ୍ରକାଶ ପାଇଥିଲା । ଗୁରୁବାର ଏହାର ପ୍ରଡ୍ୟୁସର ଦୀପକ ମୁକୁଟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । ଅପନେ ୨ ଫିଲ୍ମ ବନ୍ଦ ହୋଇନି । ଅଯଥା ମିଥ୍ୟା ଖବର ପ୍ରସାର କରିବା ଆବଶ୍ୟକତା ନାହିଁ । ହଁ ଏହା ସତ ଫିଲ୍ମ ସମ୍ପର୍କରେ ଆମେ କୌଣସି ଅପଡେଟ ଜାରୀ କରିନୁ । ଖୁବ ଶୀଘ୍ର ଆମ ଟିମ ଏହି ଫିଲ୍ମ ଉପରେ କାମ କରିବେ ।
ଅପନେ ଧମେନ୍ଦ୍ରଙ୍କ ଫିଲ୍ମ ଥିଲା । ତାଙ୍କ ଉପସ୍ଥିତି, ପ୍ରେମ ଓ ଅଭିନୟ ସବୁ କିଛି ଏହାର ଆତ୍ମା ଥିଲା । ଅପନେ ୨ ଫିଲ୍ମ ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦୀପକ କହିଛନ୍ତି । ଦେଓଲ ପରିବାର ବିନା ଅପନେ ୨ ସମ୍ଭବ ନୁହେଁ । ଧମେନ୍ଦ୍ର, ସନୀ ଦେଓଲ, ବବି ଦେଓଲ ଓ କରନ ଦେଓଲ ଏହି ଫିଲ୍ମରେ ଅଭିନୟ କରୁଥିଲେ । ଏବେ କିଭଳି ଏହାକୁ ଆମେ ସମ୍ପୂର୍ଣ୍ଣ କରିବୁ ତାହା ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
Comments are closed.