ଭୁବନେଶ୍ବର: ଆପୋଲୋ କର୍କଟ କେନ୍ଦ୍ରର ରେଡିଏସନ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଏକ ଷ୍ଟେରେଓଟାକ୍ଟିକ୍ ରେଡିଓ ସର୍ଜରୀ (SRS) କର୍ମଶାଳାର ଆୟୋଜନ କରାଯାଇଛି । ରେଡିଓଥେରାପି ହେଉଛି କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଗଭୀର ଟେକ୍ନୋଲୋଜି ଚାଳିତ ଚିକିତ୍ସା ମେଡାଲ ।
ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିର ଉନ୍ନତି ହେତୁ ବିଗତ କିଛି ଦଶନ୍ଧି ମଧ୍ୟରେ ବିକିରଣ କୈାଶଳ ଯଥେଷ୍ଟ ଉନ୍ନତ ହୋଇଛି । ଷ୍ଟେରେଟାକ୍ଟିକ୍ ରେଡିଓ ସର୍ଜରୀ (SRS) ହେଉଛି ଥେରାପିଟିଭ୍ ବିକିରଣର ଏକ ଉନ୍ନତ ରୂପ ଯେଉଁଥିରେ ବାହ୍ୟ ବିମ୍ ବିକିରଣ ମସ୍ତିଷ୍କର ଟ୍ୟୁମର ଉପରେ ସଠିକ୍ ଭାବରେ ଧ୍ୟାନ ଦେଇଥାଏ, ଯେଉଁଠାରେ ସର୍ଜିକାଲ୍ ପ୍ରବେଶ କଷ୍ଟସାଧ୍ୟ ହୋଇଥାଏ ।
ଯେତେବେଳେ ସମାନ ନୀତି ମସ୍ତିଷ୍କ ବାହାରେ ବ୍ୟବହୃତ ହୁଏ, ଷ୍ଟେରେଓଟାକ୍ଟିକ୍ ଶରୀର ବିକିରଣ (SBRT) ଶବ୍ଦ ବ୍ୟବହୃତ ହୁଏ । ଏହା ମସ୍ତିଷ୍କ, ଫୁସଫୁସ, ମେରୁଦଣ୍ଡ, ଯକୃତ, କିଡନୀ ଏବଂ ହାଡରେ ଟ୍ୟୁମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।
ସାଧାରଣ ଟିସୁକୁ ପ୍ରଭାବିତ ନକରି ଏହା ଆମକୁ ଟ୍ୟୁମର ଅବ୍ଲିଟିଭ୍ ଡୋଜ ବିତରଣ କରିବାରେ ସାହାଯ୍ୟ କରେ । ଏହି କର୍ମଶାଳା ପାଠ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ SRS ଏବଂ SBRT ସହିତ ଜଡିତ ଯୁକ୍ତିଯୁକ୍ତ, କ୍ଲିନିକାଲ୍ ସୁବିଧା ଏବଂ ବିପଦ ଆଦି ବୁଝିବାରେ ସାହାଯ୍ୟ କରିବ ।
ଏହି କର୍ମଶାଳା ପରିଚାଳନା ନିମନ୍ତେ ଚେନ୍ନାଇରେ ଥିବା ଆପୋଲୋ କ୍ୟାନସର ସେଣ୍ଟରର ବିଶେଷଜ୍ଞ ଡାକ୍ତରମାନଙ୍କୁ ଏବଂ ରାଜ୍ୟର କ୍ୟାନସର ସେଣ୍ଟର ବିଶେଷଜ୍ଞ ଡାକ୍ତରମାନଙ୍କୁ ସାମିଲ କରାଯାଇଛି ।
ଏହି କର୍ମଶାଳା ଆପୋଲୋ କ୍ୟାନସର ସେଣ୍ଟର, ଚେନ୍ନାଇର ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ଶଙ୍କର ଭାଙ୍ଗିପୁରମ, ପ୍ରଫେସର ଡାକ୍ତର ଏସ୍ଏନ୍ ସେନାପତି, ରେଡିଏସନ ଅଙ୍କୋଲୋଜି ବିଭାଗୀୟ ମୁଖ୍ୟ, ଆଚାର୍ଯ୍ୟ ହରିହର କର୍କଟ ଗବେଷଣା ଓ କେନ୍ଦ୍ର, କଟକ ଡାକ୍ତରର ବିକେ ମହାନ୍ତି ନିର୍ଦ୍ଦେଶକ କିମ୍ସ, କ୍ୟାନସର କେନ୍ଦ୍ର, ପ୍ରଫେସର ଡାକ୍ତର ଦିଲୀପ ପରିଡା, ଏମ୍ସ ଚିକିତ୍ସାଳୟର ରାଜିଏସନ ଅଷ୍ଟୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସରୋଜନ ଦାସ ମଜୁମଦାର ଅତିରିକ୍ତ ବିଭାଗୀୟ ମୁଖ୍ୟ ରାଡିଏସନ ଅଙ୍କୋଲୋଜିଷ୍ଟ ଏମସ୍ ଭୁବନେଶ୍ୱରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନେର ପରିଚାଳନା କରାଯାଇଛି ।
ଏହି କର୍ମଶାଳାର ଅର୍ଗାନାଇଜିଂ ସେକ୍ରେଟେରୀ ଏବଂ ବରିଷ୍ଠ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସ୍ଥିତି ଦାସ କହିଛନ୍ତି ଏହି କର୍ମଶାଳାରେ ପ୍ରୟୋଗ କରାଯାଉଥିବା ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ଆମ କେନ୍ଦ୍ରଗୁଡିକରେ ନିୟମିତ ଭାବେ ପ୍ରୟୋଗ କରଯାଉଛି । ଆମେ ପ୍ରାୟ ୩୦୦ ରୋଗୀଙ୍କୁ ଏହି ସେବା ଯୋଗାଇବା ସହିତ ସଂପ୍ରତି ଏହାକୁ ଟ୍ରାଇଜେମିନାଲ, ନ୍ୟୁାରଲଜିଆ, ଆରଟେିଓଭେନସ ମାଲପରମେସନ ଆଣ୍ଡ ଗ୍ଲୁମସ୍ ଟ୍ୟୁମର ଚିକିତ୍ସା ନିମନ୍ତେ ବ୍ୟବହାର କରୁଛୁ । ଆମେ ଆମ ଆପୋଲୋ କ୍ୟାନସର ସେଣ୍ଟର ଭୁବନେଶ୍ୱ ଠାରେ ଏହିଭଳି ଅନେକ ଅଭିନବ ଚିକିତ୍ସା ଶେଳୀର ପ୍ରୟୋଗ ନିମନ୍ତେ ସର୍ବଦା ଉଦ୍ୟମ ଜାରି ରଖିଛୁ ।
ଆପୋଲୋରେ ଆମେ ସର୍ବଦା ଜ୍ଞାନକୌଶଳକୁ ଉନ୍ନତିକରଣ କରାଇବ ପାଇଁ ଚେଷ୍ଟା କରି ଆସିଛୁ ଏବଂ ଆଜି ଆମ ସମସ୍ତଙ୍କ ପାଇଁ ଏକ ବଡ ଦିନ । କର୍କଟ ଚିକିତ୍ସା କ୍ଷେତ୍ରରେ ଏହି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ରେଡିଏସନ ଥେରାପୀ କରାଉଥିବା ରୋଗୀ ଯେଉଁମାନଙ୍କୁ ଡାକ୍ତରଖାନାରେ ବେଶୀଦିନ ରହିବାକୁ ପଡୁଥିଲା ସେମାନେ ଉପକୃତ ହେବେ ଏବଂ ଅଳ୍ପଦିନ ଡାକ୍ତରଖାନାରେ ରହିବେ ।
ସେ ବୈଷୟିକ ଜ୍ଞାନକୌଶଳ ହେଉ ଅବା ବିଶେଷଜ୍ଞ ଡାକ୍ତର ହୁଅନ୍ତୁ ଆମେ ଆମ ରୋଗୀମାନଙ୍କୁ ସର୍ବଦା ସର୍ବୋଚ୍ଚସ୍ତ ସେବା ଯୋଗାଇ ଦେବାକୁ ପ୍ରାଥମିକତା ଦେଇଆସିଛୁ ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ସିଓଓ ଆଣ୍ଡ ଡାଇରେକ୍ଟର ମେଡିକାଲ ସର୍ଭିସେସ୍ ଡାକ୍ତର ଆଲୋକ ଶ୍ରୀବାସ୍ତବ ।
Comments are closed.