Latest Odisha News

BREAKING NEWS

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଓଡ଼ିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ କିଛିଟା ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ବଳ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି। ଏହାରି ଭିତରେ ଦୁଇ ଦିବସୀୟ ଓଡିଶା ଗସ୍ତରେ ଆସିବେ ଆପ୍ ଦିଲ୍ଲୀ କ୍ୟାଣ୍ଟ ବିଧାୟକ ତଥା ଓଡିଶା ପ୍ରଭାରୀ ବିରେନ୍ଦର ସିଂ କାଡିଆନ୍। ଅପ୍ରେଲ ୧୩ ତାରିଖ ଏବଂ ୧୪ ତାରିଖରେ ଓଡ଼ିଶା ଆସୁଛନ୍ତି କାଡିଆନ୍।

ଅପ୍ରେଲ ୧୩ ତାରିଖ ଦିନ ଆପ୍ ଓଡ଼ିଶା ଦ୍ୱାରା ଆୟୋଜିତ ମିଶ୍ରଣ ପର୍ବରେ କାଡିଆନ୍ ଉପସ୍ଥିତ ରହିବେ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିବେ । ସେହିପରି ଅପ୍ରେଲ ୧୪ ତାରିଖ ଦିନ ବିଧାନସଭା ନିର୍ବାଚ଼ନ ପାଇଁ ପ୍ରାର୍ଥୀମାନଙ୍କ ପ୍ରଥମ ସୂଚୀ ଜାରି କରାଯିବାର ସମ୍ଭାବନା ରହିଛି ।

Comments are closed.