ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପରସ୍ପେସିଆଲିଟି କୋଠାରୁ ବାରମ୍ବାର ସିଲିଂ ପ୍ଲେଟ ଖସିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ବ୍ରହ୍ମପୁରର ଯୁବ ସମାଜସେବୀ ରବିନ୍ଦ୍ର କୁମାର ମିଶ୍ର କମିଶନ ନିକଟରେ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି।
ସୁପରସ୍ପେସିଆଲିଟି କୋଠାରେ ରୋଗୀଙ୍କ ଚିକିତ୍ସା ସହିତ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସର୍ବଦା ଉପସ୍ଥିତ ଥାଉଛନ୍ତି। ୫ ମହଲା ଏହି କୋଠାରେ ବିଭିନ୍ନ ବିଭାଗ ରହିଛି । କିନ୍ତୁ ଗତ କିଛି ଦିନ ହେଲା ବାରମ୍ବାର ଛାତରୁ ସିଲିଂ ଖସୁଛି। ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪ ବର୍ଷ ପୂର୍ବେ କୋଠାର ନିର୍ମାଣ ହୋଇଥିଲା । ଦିଲ୍ଲୀସ୍ଥିତ ଏକ ଠିକା ସଂସ୍ଥାର ଏହାର ନିର୍ମାଣ ଦାୟିତ୍ବ ନେଇଥିଲା । ସେଣ୍ଟ୍ରାଲ୍ ଏସି ଥିବା ଯୋଗୁ ବିଭିନ୍ନ ମହଲାରେ ପାଣି ଝରିବା ସହିତ ସିଲିଂ ଖସିଥିଲା। ପୂର୍ତ ବିଭାଗର ସହିତ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଏହାର ଯାଞ୍ଚ କରିଥିଲା । କୋଠା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ସିିଲିଂ ଖସୁଥିବା ନେଇ ଏହି ଟିମ୍ ତରଫରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । କୋଠାକୁ ନିର୍ମାଣ କରିଥିବା ସଂସ୍ଥା ବର୍ତ୍ତମାନ ଯାଏଁ ବିଧିବଦ୍ଧ ଭାବେ ଏମକେସିଜି କର୍ତ୍ତୃପକ୍ଷଙ୍କ ହସ୍ତାନ୍ତର କରିନାହିଁ। କୋଠାର ନକ୍ସା ଓ ତତସମ୍ବନ୍ଧୀୟ ସୂଚନା ମଧ୍ୟ ଦିଆଯାଉ ନାହିଁ । ଯାହା ଫଳରେ ମରାମତି ଓ ରକ୍ଷଣାବେକ୍ଷଣାରେ ଅସୁବିଧା ସୃଷ୍ଟି ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା। ସେହିକ୍ରମରେ କୋଠାରେ ଦେଖାଦେଇଥିବା ଅବ୍ୟବସ୍ଥା ତୁରନ୍ତ ସୁଧାରିବା ଦିଗରେ ନିର୍ମାଣ ସଂସ୍ଥାକୁ ନିର୍ଦେଶ ଦେବାକୁ ଗତ ୧୭ ତାାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଚ ବିହାରୀ ଧଳ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଚବିଙ୍କୁ ଚିଠି ଲେଖିଥିଲେ। ଏବେ ଯୁବ ସମାଜସେବୀ ରବିନ୍ଦ୍ର ଏନ୍ଏଚ୍ଆରସିର ଦ୍ବାରସ୍ଥ ହୋଇଛନ୍ତି। ଏହା ସମ୍ବିଧାନର ୨୧ ଧାରାରେ ବର୍ଣ୍ଣିତ ସ୍ବାସ୍ଥ୍ୟଗତ ଅଧିକାର ଓ ଜୀବନଗତ ଅଧିକାରର ଉଲଙ୍ଘନ ବୋଲି ସେ ନିଜ ପିଟିସନରେ ଦର୍ଶାଇଛନ୍ତି। ରବିନ୍ଦ୍ରଙ୍କ ପିଟିସନକୁ ଆଧାର କରି କମିଶନରେ ଡାଏରୀ ନମ୍ବର ୧୫୮୪୯ରେ ଏକ ମାମଲା ରୁଜୁ ହୋଇଛି।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା

Comments are closed.