ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ସୁପରସ୍ପେସିଆଲିଟି କୋଠାରୁ ବାରମ୍ବାର ସିଲିଂ ପ୍ଲେଟ ଖସିବା ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି। ବ୍ରହ୍ମପୁରର ଯୁବ ସମାଜସେବୀ ରବିନ୍ଦ୍ର କୁମାର ମିଶ୍ର କମିଶନ ନିକଟରେ ପିଟିସନ ଦାଖଲ କରିଛନ୍ତି। ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି।
ସୁପରସ୍ପେସିଆଲିଟି କୋଠାରେ ରୋଗୀଙ୍କ ଚିକିତ୍ସା ସହିତ ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ସର୍ବଦା ଉପସ୍ଥିତ ଥାଉଛନ୍ତି। ୫ ମହଲା ଏହି କୋଠାରେ ବିଭିନ୍ନ ବିଭାଗ ରହିଛି । କିନ୍ତୁ ଗତ କିଛି ଦିନ ହେଲା ବାରମ୍ବାର ଛାତରୁ ସିଲିଂ ଖସୁଛି। ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪ ବର୍ଷ ପୂର୍ବେ କୋଠାର ନିର୍ମାଣ ହୋଇଥିଲା । ଦିଲ୍ଲୀସ୍ଥିତ ଏକ ଠିକା ସଂସ୍ଥାର ଏହାର ନିର୍ମାଣ ଦାୟିତ୍ବ ନେଇଥିଲା । ସେଣ୍ଟ୍ରାଲ୍ ଏସି ଥିବା ଯୋଗୁ ବିଭିନ୍ନ ମହଲାରେ ପାଣି ଝରିବା ସହିତ ସିଲିଂ ଖସିଥିଲା। ପୂର୍ତ ବିଭାଗର ସହିତ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଏହାର ଯାଞ୍ଚ କରିଥିଲା । କୋଠା ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ସିିଲିଂ ଖସୁଥିବା ନେଇ ଏହି ଟିମ୍ ତରଫରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । କୋଠାକୁ ନିର୍ମାଣ କରିଥିବା ସଂସ୍ଥା ବର୍ତ୍ତମାନ ଯାଏଁ ବିଧିବଦ୍ଧ ଭାବେ ଏମକେସିଜି କର୍ତ୍ତୃପକ୍ଷଙ୍କ ହସ୍ତାନ୍ତର କରିନାହିଁ। କୋଠାର ନକ୍ସା ଓ ତତସମ୍ବନ୍ଧୀୟ ସୂଚନା ମଧ୍ୟ ଦିଆଯାଉ ନାହିଁ । ଯାହା ଫଳରେ ମରାମତି ଓ ରକ୍ଷଣାବେକ୍ଷଣାରେ ଅସୁବିଧା ସୃଷ୍ଟି ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଥିଲା। ସେହିକ୍ରମରେ କୋଠାରେ ଦେଖାଦେଇଥିବା ଅବ୍ୟବସ୍ଥା ତୁରନ୍ତ ସୁଧାରିବା ଦିଗରେ ନିର୍ମାଣ ସଂସ୍ଥାକୁ ନିର୍ଦେଶ ଦେବାକୁ ଗତ ୧୭ ତାାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଚ ବିହାରୀ ଧଳ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଚବିଙ୍କୁ ଚିଠି ଲେଖିଥିଲେ। ଏବେ ଯୁବ ସମାଜସେବୀ ରବିନ୍ଦ୍ର ଏନ୍ଏଚ୍ଆରସିର ଦ୍ବାରସ୍ଥ ହୋଇଛନ୍ତି। ଏହା ସମ୍ବିଧାନର ୨୧ ଧାରାରେ ବର୍ଣ୍ଣିତ ସ୍ବାସ୍ଥ୍ୟଗତ ଅଧିକାର ଓ ଜୀବନଗତ ଅଧିକାରର ଉଲଙ୍ଘନ ବୋଲି ସେ ନିଜ ପିଟିସନରେ ଦର୍ଶାଇଛନ୍ତି। ରବିନ୍ଦ୍ରଙ୍କ ପିଟିସନକୁ ଆଧାର କରି କମିଶନରେ ଡାଏରୀ ନମ୍ବର ୧୫୮୪୯ରେ ଏକ ମାମଲା ରୁଜୁ ହୋଇଛି।
BREAKING NEWS
- ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ
- ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI
- ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା, କହିଲେ-‘ବଙ୍ଗାଳୀମାନେ ମାଛ ଓ ମାଂସ ଖାଇବେ’
- Red Fort blast:NIAର ଚାର୍ଜସିଟ୍ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ…
- MMDR ଆଇନ ଓଡ଼ିଶା ସ୍ୱାର୍ଥ ବିରୋଧୀ କହି ଗର୍ଜିଲା ବିଜେଡି, ବିଜେପି କହିଲା ବିଜେଡି ଭୟ ସୃଷ୍ଟି କରୁଛି
- ରୁଟ ସୃଷ୍ଟି କଲେ ନୂଆ ଇତିହାସ: ପଛରେ ପଡ଼ିଲେ ପଣ୍ଟିଂ, ୱ
- ଓଡ଼ିଶାର ଆର୍ଥିକ ସ୍ୱାଧୀନତା ଉପରେ କୁଠାରଘାତ: ଏମଏମଡିଆର୍ ଆଇନ ବିରୋଧରେ ରାଜଭବନରେ ଫେରାଦ ହେଲା ବିଜେଡି
- ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅକ୍ଟୋବର ୧ ମଧ୍ୟରେ ବିଦ୍ୟାଭାରତୀଙ୍କୁ ତଳ କୋର୍ଟରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଭୁବନେଶ୍ୱରରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ: କାର୍ରୁ ୫୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
- ହର୍ଷିତଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଲେ ରମେଶ

Comments are closed.