Latest Odisha News

ଓଡିଶା ଜୁନିୟର ପୁରୁଷ ହକି ଚାମ୍ପିୟନଶିପ: ସୁନ୍ଦରଗଡ-ଦେଓଗଡ ଫାଇନାଲ

ଭୁବନେଶ୍ୱର: ଓଡିଶା ରାଜ୍ୟ ଜୁନିୟର ପୁରୁଷ ହକି ଚାମ୍ପିୟନଶିପର ଫାଇନାଲ ମ୍ୟାଚ ସୁନ୍ଦରଗଡ ଓ ଦେଓଗଡ ମଧ୍ୟରେ ଖେଳାଯିବ । ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାର ପ୍ରଥମ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏଥିରେ ସୁନ୍ଦରଗଡ ୨-୧ ଗୋଲରେ ସମ୍ବଲପୁରକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିରେ ଦେଓଗଡ ୩-୧ ଗୋଲରେ କିଟକୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ପୂର୍ବରୁ କ୍ୱାର୍ଟରଫାଇନାଲରେ ସୁନ୍ଦରଗଡ ୫-୨ରେ ଏସଏମଏସ ହକି ଏକାଡେମୀକୁ, ଦେଓଗଡ ୨-୦ରେ ଢ଼େଙ୍କାନାଳକୁ, ସମ୍ବଲପୁର ୩-୦ରେ ଅନୁଗୁଳକୁ ଓ କିଟ ୪-୩ରେ ଝାରସୁଗୁଡାକୁ ପରାସ୍ତ କରି ସେମିରେ ପ୍ରବେଶ କରିଥିଲେ । ସୂଚନାଯୋଗ୍ୟ, ସିନିୟର ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ୧-୦ ଗୋଲରେ ଖୋର୍ଦ୍ଧାକୁ ହରାଇ ଚାମ୍ପିୟନ ହୋଇଥିଲା ।

ଏହି ଚାମ୍ପିୟନଶିପରେ ୨୮ ରାଜ୍ୟ ଏବଂ ବିଭିନ୍ନ ଏକାଡେମୀର ୫୦୦ ଖେଳାଳୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ପ୍ରଦର୍ଶନ ଏବଂ ଦକ୍ଷତାକୁ ବିଚାରକୁ ନିଆଯାଇ ଶକ୍ତିଶାଳୀ ଓଡିଶା ଟିମ ଘୋଷଣା କରାଯିବ ବୋଲି ହକି ଆସୋସିଏଶନ ଅଫ ଓଡିଶା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.