Latest Odisha News

BREAKING NEWS

ଓଟିଇଟି ପରୀକ୍ଷା ପାଇଁ ଆବେଦନ ୨୬ରୁ, ମେ’୨୯ରେ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୬ ଆସନ୍ତା ମେ’ ମାସ ୨୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନ୍‌ଲାଇନ୍ ଜରିଆରେ ଆବେଦନ ଆମନ୍ତ୍ରଣ କରାଯାଇଛି। ନୂତନ ଓ ସେବାରତ ପ୍ରାର୍ଥୀ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ପ୍ରାର୍ଥୀମାନେ www.bseodisha.ac.in ୱେବ୍‌ସାଇଟ୍‌ରେ ଏଥିପାଇଁ ଆବେଦନ କରିପାରିବେ। ଅନଲାଇନ୍ ଲିଙ୍କ୍ ଆସନ୍ତା ୨୬ ତାରିଖରୁ ଏପ୍ରିଲ ୯ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ରହିବ। ଫି’ ପ୍ରଦାନ ଓ ଫର୍ମ ଦାଖଲ ଏପ୍ରିଲ ୯ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ। ମେ’ ୨୯ ତାରିଖ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ପେପର୍‌-୧ ଏବଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ପେପର୍‌-୨ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୧୫ ତାରିଖରୁ ୱେବ୍‌ସାଇଟ୍‌ରେ ପ୍ରବେଶପତ୍ର ଉପଲବ୍ଧ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.