Latest Odisha News

BREAKING NEWS

ଆଜିଠାରୁ ଆରମ୍ଭ ହେବ ବି.ଏଡ, ବିଏଚଏଡ ଓ ଏମ.ଏଡ ପ୍ରବେଶିକା ପରୀକ୍ଷାର ଆବେଦନ ପ୍ରକ୍ରିୟା

ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷର ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା । ଆଜି ଅପରାହ୍ନ ୨ଟାରୁ www.samsodisha.gov.in ଓ୍ବେବ୍‌ସାଇଟ୍‌ରେ ଆବେଦନଫର୍ମ ଉପଲବ୍ଧ ହେବ । ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଏଥିରେ ଆବେଦନ କରିଥିବା ପ୍ରାର୍ଥୀମାନେ ଜୁଲାଇ ୧୫ ପୂର୍ବାହ୍ନ ୧୧ଟା ପରେ ପୋର୍ଟାଲରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଜୁଲାଇ ୨୪ରେ ବି.ଏଡ, ବିଏଚଏଡ ଓ ୨୫ରେ ଏମ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରେଜଲ୍ଟ କେବେ ପ୍ରକାଶ ପାଇବ କୌଣସି ସୂଚନା ଦିଆଯାଇନାହିଁ ।

Comments are closed.