Latest Odisha News

BREAKING NEWS

Right To Disconnect Bill: ଅଫିସ ପରେ ବସଙ୍କ କଲ୍ ଉଠାଇବାକୁ ବାଧ୍ୟ ନୁହଁ…

ନୂଆଦିଲ୍ଲୀ: ଭାରତରେ ଶ୍ରମିକ ଏବଂ କର୍ମଚାରୀଙ୍କ କାର୍ଯ୍ୟ-ଜୀବନକୁ ସନ୍ତୁଳିତ ରଖିବା ପାଇଁ ଏନସିପି ସାଂସଦ ସୁପ୍ରିୟା ସୁଲେ ଶୁକ୍ରବାର ଦିନ ଲୋକସଭାରେ “ରାଇଟ୍ ଟୁ ଡିସକନେକ୍ଟ ବିଲ୍ ୨୦୨୫” ଆଗତ କରିଛନ୍ତି।

ଏହା ଦ୍ଵାରା କର୍ମଚାରୀମାନେ ନିଜର ଅଫିସ ସମୟ ପରେ ଅଫିସ୍ କଲ୍ କିମ୍ବା ଇମେଲର ଉତ୍ତର ନ ଦେବାର ଅଧିକାର ପ୍ରଦାନ କରିଥାଏ। ଏଥିରେ କର୍ମଚାରୀମାନଙ୍କୁ ସହାୟତା କରିବା ପାଇଁ ଏକ କର୍ମଚାରୀ କଲ୍ୟାଣ ପ୍ରାଧିକରଣ ଗଠନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ଏଥିସହିତ କର୍ମଚାରୀମାନେ ଛୁଟି ସମୟରେ କିମ୍ବା ଅଫିସ ବାହାରେ କାର୍ଯ୍ୟ ସମ୍ବନ୍ଧୀୟ ମେସେଜ୍ ଏବଂ କଲ୍ ମଧ୍ୟ ଅଣଦେଖା କରିପାରିବେ।

ତେବେ କଂଗ୍ରେସ ସାଂସଦ କାଡିଆମ୍ କାବ୍ୟ ମାସିକ ଋତୁସ୍ରାବ ଲାଭ ବିଲ୍ ୨୦୨୪ ଆଗତ କରିଛନ୍ତି। ଯେଉଁଥିରେ ମାସିକ ଋତୁସ୍ରାବ ସମୟରେ ମହିଳାମାନଙ୍କୁ କାର୍ଯ୍ୟସ୍ଥଳରେ ଅତ୍ୟାବଶ୍ୟକ ସୁବିଧା ମାନ ପ୍ରଦାନ କରିବାର ଲକ୍ଷ୍ୟ ରହିଛି।ସେହିପରି ଏଲଜେପି ସାଂସଦ ଶାମ୍ଭବୀ ଚୌଧୁରୀ ମଧ୍ୟ ଏକ ପୃଥକ ବିଲ୍ ଆଗତ କରିଛନ୍ତି। ଯେଉଁଥିରେ କର୍ମଜୀବୀ ମହିଳା ଏବଂ ଛାତ୍ରୀମାନଙ୍କୁ ଦେୟକାଳୀନ ଛୁଟି, ପରିମଳ ସୁବିଧା ଏବଂ ଅନ୍ୟାନ୍ୟ ଋତୁସ୍ରାବ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି।

ସ୍ୱାଧୀନ ସାଂସଦ ବିଶାଲଦା ପ୍ରକାଶବାବୁ ପାଟିଲ ସାମ୍ବାଦିକ (ହିଂସା ନିବାରଣ ଏବଂ ସୁରକ୍ଷା) ବିଲ୍ ୨୦୨୪ ଆଗତ କରିଥିଲେ। ଯେଉଁଥିରେ ସାମ୍ବାଦିକ ଏବଂ ସେମାନଙ୍କ ସମ୍ପତ୍ତିକୁ ହିଂସାରୁ ସୁରକ୍ଷା ଦେବା ଏବଂ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି କୁହା ଯାଇଛି।

 

Leave A Reply

Your email address will not be published.