ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ ‘ଫ୍ଲିପକାର୍ଟ ବ୍ଲାକ୍’ ଲଞ୍ଚ କରିଛି। ଏହି ମେମ୍ବରସିପ୍ ଆମାଜନ ପ୍ରାଇମକୁ ସିଧାସଳଖ ପ୍ରତିଯୋଗିତା ଦେବା ପାଇଁ ଡିଜାଇନ କରାଯାଇଛି। ଏହି ପ୍ଲାନରେ ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଡିସକାଉଣ୍ଟ, ସେଲରେ ଆଗୁଆ ପ୍ରବେଶ, ପ୍ରାୟୋରିଟି କଷ୍ଟମର ସପୋର୍ଟ ଏବଂ ସବୁଠାରୁ ବଡ଼ ଫାଇଦା ହେଉଛି ଏକ ବର୍ଷର ଫ୍ରି YouTube Premium ସବସ୍କ୍ରିପସନ।
ଫ୍ଲିପକାର୍ଟ ବ୍ଲାକ୍ର ମୂଲ୍ୟ ଓ ଲଞ୍ଚ ଅଫର
ଏହି ପ୍ଲାନର ମୂଳ ମୂଲ୍ୟ ହେଉଛି ୧,୪୯୯ ଟଙ୍କା ପ୍ରତି ବର୍ଷ। କିନ୍ତୁ ଲଞ୍ଚ ଅଫର ଅଧୀନରେ ଏହାକୁ ମାତ୍ର ୯୯୦ ଟଙ୍କାରେ ବର୍ଷକୁ କିଣାଯାଇପାରିବ। ଏହି ପ୍ଲାନ ଫ୍ଲିପକାର୍ଟର ବର୍ତମାନର VIP ପ୍ଲାନ (୭୯୯ ଟଙ୍କା/ବର୍ଷ) ଏବଂ ଫ୍ଲିପକାର୍ଟ ପ୍ଲସ ପ୍ରୋଗ୍ରାମ ଠାରୁ ଉପରେ ରହିଛି।
ପ୍ଲାନରେ ମିଳିବ କେଉଁ କେଉଁ ଫାଇଦା?
YouTube Premium ଫ୍ରି (୧ ବର୍ଷ):
ଏହା ହେଉଛି ପ୍ଲାନର ସବୁଠାରୁ ବଡ଼ ଆକର୍ଷଣ। ୧,୪୯୦ ଟଙ୍କା ମୂଲ୍ୟର YouTube Premium ସବସ୍କ୍ରିପସନ ଫ୍ରି ମିଳିବ, ଯେଉଁଥିରେ ଗ୍ରାହକମାନେ ଜଣେ ବିଜ୍ଞାପନ ମୁକ୍ତ (Ad-free) ଭିଡିଓ, ବ୍ୟାକଗ୍ରାଉଣ୍ଡ ପ୍ଲେ ଏବଂ ଅଫଲାଇନ ଡାଉନଲୋଡ ଭଳି ସୁବିଧା ପାଇବେ।
SuperCoins ରିୱାର୍ଡସ:
ପ୍ରତି ଫ୍ଲିପକାର୍ଟ ଏବଂ ଫ୍ଲିପକାର୍ଟ Minutes ଅର୍ଡର ଉପରେ ୫% (ସର୍ବାଧିକ ୧୦୦ ଟଙ୍କା) SuperCoins କ୍ୟାସବ୍ୟାକ ମିଳିବ।
ପ୍ରତି ମାସରେ ସର୍ବାଧିକ ୮୦୦ SuperCoins ରୋଜଗାର କରିବାର ସୁଯୋଗ।
SuperCoins କୁ କ୍ୟାସ ଡିସକାଉଣ୍ଟ କିମ୍ବା କ୍ୟାସବ୍ୟାକ ଭାବେ ବ୍ୟବହାର କରାଯାଇପାରିବ।
SuperCoins ଟ୍ରାନଜାକସନରେ ଅତିରିକ୍ତ ୫% (ସର୍ବାଧିକ ୧,୦୦୦ ଟଙ୍କା) ଡିସକାଉଣ୍ଟ।
ଆମାଜନ ପ୍ରାଇମ ସହିତ ମୁକାବିଲା
ଫ୍ଲିପକାର୍ଟ ବ୍ଲାକ୍ ପ୍ଲାନ ଆମାଜନ ପ୍ରାଇମକୁ ସିଧାସଳଖ ଟକ୍କର ଦେଉଛି। ଆମାଜନ ପ୍ରାଇମର ମୂଲ୍ୟ ମଧ୍ୟ ୧,୪୯୯ ଟଙ୍କା/ବର୍ଷ, ଯେଉଁଥିରେ Prime Video, Prime Music ଏବଂ ଆଗୁଆ ସେଲ ଆକସେସ ଭଳି ଫାଇଦା ମିଳେ। କିନ୍ତୁ ନିକଟରେ Prime Video ରେ ବିଜ୍ଞାପନ ଆରମ୍ଭ ହୋଇଛି। ଏହାର ଫାଇଦା ଉଠାଇ ଫ୍ଲିପକାର୍ଟ YouTube Premium ର ବିଜ୍ଞାପନ ମୁକ୍ତ ଷ୍ଟ୍ରିମିଂକୁ ନିଜର ବଡ଼ USP ଭାବେ ପ୍ରମୋଟ କରୁଛି। ଏବେ ଦେଖିବା ବାକି ରହିଛି ଯେ ଏହି ପ୍ଲାନ ଆମାଜନ ପ୍ରାଇମ ଭଳି ଲୋକପ୍ରିୟ ହେବ ନା ନାହିଁ।
Comments are closed.