ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିଜ ଉପଭୋକ୍ତାମାନଙ୍କ ପାଇଁ ଲଗାତାର ନୂଆ ଫିଚର୍ ଆଣୁଛି ଯାହାଦ୍ୱାରା ଚାଟିଂ ଅଭିଜ୍ଞତା ଆହୁରି ଉନ୍ନତ ହେବ। ଏବେ କମ୍ପାନୀ ଏକ ଏପରି ଫିଚର୍ ଆଣୁଛି ଯାହା ଏଯାଏଁ କେବଳ ହ୍ଵାଟ୍ସଆପ୍ ବିଜନେସ୍ ଆକାଉଣ୍ଟ୍ ପାଇଁ ଉପଲବ୍ଧ ଥିଲା। ଏହି ଫିଚର୍ ହେଉଛି କଭର ଫଟୋ (Cover Photo)। ମେଟାର ମାଲିକାନାଧୀନ ଏହି ଆପ୍ରେ ଶୀଘ୍ର ସମସ୍ତ ଉପଭୋକ୍ତା ନିଜ ପ୍ରୋଫାଇଲ୍ରେ କଭର ଫଟୋ ଲଗାଇପାରିବେ। ଏହି ଅପଡେଟ୍ ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜ୍ରେ ରହିଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ବିଟା ଭର୍ସନ୍ରେ ରୋଲଆଉଟ୍ କରାଯିବ।
ଫିଚର୍ ଟ୍ରାକର୍ WABetaInfoର ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ୍ ଆପ୍ରେ ନୂଆ ଭର୍ସନ୍ରେ ଏକ ଏପରି ଫିଚର୍ ଟେଷ୍ଟ କରୁଛି, ଯାହାଦ୍ୱାରା ଯେକୌଣସି ଉପଭୋକ୍ତା ନିଜ ପ୍ରୋଫାଇଲ୍ରେ କଭର ଫଟୋ ଅପଲୋଡ୍ କରିପାରିବେ। ଏହି କଭର ଫଟୋ ଆପଣଙ୍କ ପ୍ରୋଫାଇଲ୍ର ଉପର ଭାଗରେ ଦେଖାଯିବ, ଠିକ୍ ଯେମିତି ଫେସବୁକ୍ ଏବଂ ଲିଙ୍କଡିନ୍ରେ ହୋଇଥାଏ।
ୟୁଜର୍ସ ଏହି କଭର ଫଟୋକୁ ନିଜ ପ୍ରୋଫାଇଲ୍ ସେଟିଂସ୍ରି ବାଛିପାରିବେ। ଅର୍ଥାତ୍ ଏବେ ପ୍ରୋଫାଇଲ୍ ପିକ୍ଚର ସହିତ ଆପଣ ନିଜର ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲ୍କୁ ଆହୁରି ଭଲ ଭାବେ ଦେଖାଇପାରିବେ।
ମିଳିବ ନୂଆ ପ୍ରାଇଭେସି କଣ୍ଟ୍ରୋଲ୍
ହ୍ଵାଟ୍ସଆପ୍ ଏହି ଫିଚର୍ ସହିତ ଏକ ନୂଆ ପ୍ରାଇଭେସି ସେଟିଂ ମଧ୍ୟ ଯୋଡ଼ୁଛି, ଯାହାଦ୍ୱାରା ୟୁଜର୍ସମାନେ ନିଷ୍ପତ୍ତି କରିପାରିବେ ଯେ ସେମାନଙ୍କର କଭର ଫଟୋ କିଏ ଦେଖିପାରିବ। ଏଥିପାଇଁ ତିନୋଟି ଅପସନ୍ ଦିଆଯିବ:
• Everyone (ସମସ୍ତେ) – ଆପଣଙ୍କ କଭର ଫଟୋ ପ୍ରତ୍ୟେକଙ୍କୁ ଦେଖାଯିବ, ଯଦିଓ ସେ ଆପଣଙ୍କ କଣ୍ଟାକ୍ଟରେ ନ ଥାଆନ୍ତି।
• My Contacts (ମୋ କଣ୍ଟାକ୍ଟସ୍) – କେବଳ ଆପଣଙ୍କ ସେଭ୍ କଣ୍ଟାକ୍ଟସ୍ ହିଁ ଆପଣଙ୍କ କଭର ଫଟୋ ଦେଖିପାରିବେ।
• Nobody (କେହି ନୁହନ୍ତି) – ଆପଣଙ୍କ କଭର ଫଟୋ କାହାକୁ ଦେଖାଯିବ ନାହିଁ।
ଏହି ସେଟିଂ ଷ୍ଟାଟସ୍ ଏବଂ ପ୍ରୋଫାଇଲ୍ ଫଟୋର ପ୍ରାଇଭେସି ଅପସନ୍ ପରି ହିଁ ହେବ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.