ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିଜ ଉପଭୋକ୍ତାମାନଙ୍କ ପାଇଁ ଲଗାତାର ନୂଆ ଫିଚର୍ ଆଣୁଛି ଯାହାଦ୍ୱାରା ଚାଟିଂ ଅଭିଜ୍ଞତା ଆହୁରି ଉନ୍ନତ ହେବ। ଏବେ କମ୍ପାନୀ ଏକ ଏପରି ଫିଚର୍ ଆଣୁଛି ଯାହା ଏଯାଏଁ କେବଳ ହ୍ଵାଟ୍ସଆପ୍ ବିଜନେସ୍ ଆକାଉଣ୍ଟ୍ ପାଇଁ ଉପଲବ୍ଧ ଥିଲା। ଏହି ଫିଚର୍ ହେଉଛି କଭର ଫଟୋ (Cover Photo)। ମେଟାର ମାଲିକାନାଧୀନ ଏହି ଆପ୍ରେ ଶୀଘ୍ର ସମସ୍ତ ଉପଭୋକ୍ତା ନିଜ ପ୍ରୋଫାଇଲ୍ରେ କଭର ଫଟୋ ଲଗାଇପାରିବେ। ଏହି ଅପଡେଟ୍ ବର୍ତ୍ତମାନ ଡେଭଲପମେଣ୍ଟ ଷ୍ଟେଜ୍ରେ ରହିଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ବିଟା ଭର୍ସନ୍ରେ ରୋଲଆଉଟ୍ କରାଯିବ।
ଫିଚର୍ ଟ୍ରାକର୍ WABetaInfoର ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ୍ ଆଣ୍ଡ୍ରଏଡ୍ ଆପ୍ରେ ନୂଆ ଭର୍ସନ୍ରେ ଏକ ଏପରି ଫିଚର୍ ଟେଷ୍ଟ କରୁଛି, ଯାହାଦ୍ୱାରା ଯେକୌଣସି ଉପଭୋକ୍ତା ନିଜ ପ୍ରୋଫାଇଲ୍ରେ କଭର ଫଟୋ ଅପଲୋଡ୍ କରିପାରିବେ। ଏହି କଭର ଫଟୋ ଆପଣଙ୍କ ପ୍ରୋଫାଇଲ୍ର ଉପର ଭାଗରେ ଦେଖାଯିବ, ଠିକ୍ ଯେମିତି ଫେସବୁକ୍ ଏବଂ ଲିଙ୍କଡିନ୍ରେ ହୋଇଥାଏ।
ୟୁଜର୍ସ ଏହି କଭର ଫଟୋକୁ ନିଜ ପ୍ରୋଫାଇଲ୍ ସେଟିଂସ୍ରି ବାଛିପାରିବେ। ଅର୍ଥାତ୍ ଏବେ ପ୍ରୋଫାଇଲ୍ ପିକ୍ଚର ସହିତ ଆପଣ ନିଜର ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲ୍କୁ ଆହୁରି ଭଲ ଭାବେ ଦେଖାଇପାରିବେ।
ମିଳିବ ନୂଆ ପ୍ରାଇଭେସି କଣ୍ଟ୍ରୋଲ୍
ହ୍ଵାଟ୍ସଆପ୍ ଏହି ଫିଚର୍ ସହିତ ଏକ ନୂଆ ପ୍ରାଇଭେସି ସେଟିଂ ମଧ୍ୟ ଯୋଡ଼ୁଛି, ଯାହାଦ୍ୱାରା ୟୁଜର୍ସମାନେ ନିଷ୍ପତ୍ତି କରିପାରିବେ ଯେ ସେମାନଙ୍କର କଭର ଫଟୋ କିଏ ଦେଖିପାରିବ। ଏଥିପାଇଁ ତିନୋଟି ଅପସନ୍ ଦିଆଯିବ:
• Everyone (ସମସ୍ତେ) – ଆପଣଙ୍କ କଭର ଫଟୋ ପ୍ରତ୍ୟେକଙ୍କୁ ଦେଖାଯିବ, ଯଦିଓ ସେ ଆପଣଙ୍କ କଣ୍ଟାକ୍ଟରେ ନ ଥାଆନ୍ତି।
• My Contacts (ମୋ କଣ୍ଟାକ୍ଟସ୍) – କେବଳ ଆପଣଙ୍କ ସେଭ୍ କଣ୍ଟାକ୍ଟସ୍ ହିଁ ଆପଣଙ୍କ କଭର ଫଟୋ ଦେଖିପାରିବେ।
• Nobody (କେହି ନୁହନ୍ତି) – ଆପଣଙ୍କ କଭର ଫଟୋ କାହାକୁ ଦେଖାଯିବ ନାହିଁ।
ଏହି ସେଟିଂ ଷ୍ଟାଟସ୍ ଏବଂ ପ୍ରୋଫାଇଲ୍ ଫଟୋର ପ୍ରାଇଭେସି ଅପସନ୍ ପରି ହିଁ ହେବ।
BREAKING NEWS
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
- Nandankanan: ନନ୍ଦନକାନନକୁ ଆସିଲେ ଅତିଥି: ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି
- ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ
Comments are closed.