Latest Odisha News

BREAKING NEWS

ପରପାରିରେ ଗାଳ୍ପିକ ଅରବିନ୍ଦ ପଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଗାଳ୍ପିକ ଅରବିନ୍ଦ ପଟନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ସ୍ୱର୍ଗତଃ ପଟନାୟକ ଜଣେ ବ୍ୟାଙ୍କ ଅଧିକାରୀ ଥିଲେ। ତାଙ୍କ ରଚିତ ଶେଷ ଦଧିଚି ମଲାପରେ, ବିଲୁପ୍ତ ବୋଧିସତ୍ୱ, ଓଦା ହେବାର ଋତୁ ପ୍ରଭୃତି ଗଳ୍ପ ସଙ୍କଳନ ବେଶ ପାଠକୀୟ ଆଦୃତି ଲାଭ କରିଥିଲା। ସବୁବେଳେ ପ୍ରାୟ ୫୦ ପୃଷ୍ଠାରୁ ଅଧିକ ଲମ୍ବା ଗପ ଲେଖିବାରେ ସେ ବିଶେଷ ଭାବରେ ପରିଚିତ ଥିଲେ।

ତାଙ୍କ ମୃତ୍ୟୁରେ ଓଡ଼ିଆ ସାହିତ୍ୟ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କର ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ବାରରେ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.