Latest Odisha News

ପ୍ରେମ ଦିବସରେ ପତ୍ନୀଙ୍କୁ ରୋମାଣ୍ଟିକ ମେସେଜ ଦେଇ ମନ କିଣିଲେ ତାରା

ଭୁବନେଶ୍ୱର: ବିନ୍ଦାସ ବିଧାୟକ ତାରା ପ୍ରସାଦ ବାହିନୀପତି  । ଷ୍ଟାଇଲ ଯେମିତି, ସ୍ମାଇଲ ବି ସେମିତି । କଥାରେ କଥାରେ ତୀର ମାରି ପାରନ୍ତି, ମଲମ ବି ଲଗାଇ ପାରନ୍ତି । ତାଙ୍କ ପାଟରୁ କେହି ବି ବାଦ ପଡେନି । ଏପରିକି ନିଜ ଦଳ କଂଗ୍ରେସ  ବି ନୁହେଁ । ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଭାଲୁ ଭାଇନା ଆଜି ପ୍ରେମ ଦିବସ ପାଳିଛନ୍ତି । ସେ ବି ପୁଣି ନିଆରା ଷ୍ଟାଇଲରେ ।   ଖୁବ ରୋମାଣ୍ଟିକ ମିଜାଜରେ ପତ୍ନୀଙ୍କୁ  ଜଣାଇଛନ୍ତି ଭାଲେଣ୍ଟାଇନ ଡେ’ ଶୁଭେଚ୍ଛା । ପତ୍ନୀଙ୍କ ସହ ସୁନ୍ଦର  ଫଟୋ ବି ସୋସିଆଲ ମିଡିଆରେ ଛାଡିଛନ୍ତି ।

ସବୁବେଳେ ନିଜର ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥିବା ବରିଷ୍ଠ କଂଗ୍ରେସ ବିଧାକୟ ତାରା ପ୍ରସାଦ ବାହିନପତି ଆଜି ଭାଲେଣ୍ଟାଇନ ଡେ ପାଳି ବେଶ ଚର୍ଚ୍ଚକୁ ଆସିଛନ୍ତି । ସୋସିଆଲ ମିଡିଆରେ ସେ ପତ୍ନୀ ମୀନାକ୍ଷୀଙ୍କୁ ଭାଲେଣ୍ଟାଇନ ଡେ ମେସେଜ ପଠାଇଛନ୍ତି ।

ନିଜ ପତ୍ନୀଙ୍କ ସହ ଏକ ସୁନ୍ଦର ଫଟୋ ସେ ଆଜି ନିଜ ଟୁଇଟର ହାଣ୍ଡେଲରେ ସେୟାର କରଛନ୍ତି ।  ପତ୍ନୀ ମୀନାକ୍ଷିଙ୍କୁ ଭାଲେଣ୍ଟାଇନ ଡେ ଶୁଭେଚ୍ଛା ଦେବା ସହ ସୁନ୍ଦର ରୋମାଣ୍ଟିକ ବାର୍ତ୍ତା ବି ଦେଇଛନ୍ତି ।

୬୭ ବର୍ଷୀୟ ବିଧାୟକ ତାରା ମୀନାକ୍ଷିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ତୁମେ ମୋ ଭାଲେଣ୍ଟାଇନ । ମୁଁ ଆଜି ଅନୁଭବ କରିପାରିଛି,ତୁମ ବିନା ମୋ ଜୀବନ ରାତିର ଆକାଶ ପରି ଅନ୍ଧାକାରମୟ । ତୁମ ବିନା ମୋ ଆକାଶ ତାରାଶୂନ୍ୟ ।’

ଏକ ଭାଲେଣ୍ଟାଇନ ଡେ କାର୍ଡ ଭିତରେ ପତ୍ନୀଙ୍କ ସହ ବିଧାୟକଙ୍କ ଏକ ନିଆରା ଷ୍ଟାଇଲରେ ଦେଖିବାକୁ ମିଳିଛି ।

ତାରା ସବୁବେଳେ ପତ୍ନୀଙ୍କୁ ରାଜନୀତିରେ ବି ସାମିଲ କରାଇଛନ୍ତି ।  ନିର୍ବାଚନ ବେଳେ ତାରାଙ୍କ ପାଇଁ କ୍ୟାମ୍ପନିଂ କରିଥାନ୍ତି । ତାରା ତାଙ୍କୁ ଷ୍ଟାର କ୍ୟାମ୍ପେନର ଆଖ୍ୟା ଦେଇଥାନ୍ତି ।

Comments are closed.