Latest Odisha News

ଆମେରିକା ୟୁନିଭର୍ସିଟି ସାମ୍ନାରେ ଗୁଳିକାଣ୍ଡ: ୩ ମୃତ

ୱାଶିଂଟନ: ଆମେରିକାର ମିଶିଗନଠାରେ ଘଟିଛି ଭୟଙ୍କର ଗୁଳିକାଣ୍ଡ ।ମିଶିଗନ ଷ୍ଟେଟ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏତିରେ ୫ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ ଘଟଣା ପରେ ସନ୍ଦିଗ୍ଧ ଯୁବକ ଦୌଡି ଦୌଡି ପଳାଇଥିବା ନଜରକୁ ଆସିଛି । ତେବେ ଗୁଳିକାଣ୍ଡ ବିଷୟରେ ସବିଶେଷ ତଥ୍ୟ ମିଳିପାରି ନାହିଁ । ୟୁନିଭର୍ସିଟି ସିକ୍ୟୁରିଟି ପକ୍ଷରୁ ଏକ ଟ୍ୱିଟରେ ସୂଚନା ଦିଆଯାଇଛି ଯେ, ୱର୍କ ହଲ ନାମରେ ଥିବା ଏକ ଇମାରତ ଏବଂ ଇଣ୍ଟ ଆଥଲେଟିକ ନିକଟରେ ୨ଟି ସ୍ଥାନରେ ଗୁଳିକାଣ୍ଡ ଘଟିଛି ।

ମିଶିଗନ ରାଜ୍ୟ ରାଜଧାନୀ ଲ୍ୟେନ୍ସିଂର ଉତ୍ତର-ପଶ୍ଚିମରେ ପ୍ରାୟ ୯୦ ମାଇଲ ଦୂରରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ଏ ବିଷୟରେ ସୂଚନା ଦେଇ ଲ୍ୟେନ୍ସିଂପୋଲିସ କହିଛି, ସନ୍ଦିଗ୍ଧ ବ୍ୟକ୍ତି ଜଣକ କମ କମ ବୟସର ବାଳକ ପରି ଲାଗୁଥିଲେ । ସେ ମାସ୍କ ଲଗାଇଥିଲେ । ସେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ସ୍ଥଗିତ ରଖାଯାଇଛଇ ।

Leave A Reply

Your email address will not be published.