Latest Odisha News

BREAKING NEWS

ଅରବାଜ ଓ ସୋହେଲ ଖାନଙ୍କୁ ଏହି କାରଣ ପାଇଁ କ୍ୱାରେଣ୍ଟିନ୍ କଲା ବିଏମସି

ମୁମ୍ୱାଇ: କୋଭିଡ୍ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା । ବଲିଉଡ ଷ୍ଟାର ଅରବାଜ ଖାନା ଓ ସୋହେଲ ଖାନଙ୍କୁ କ୍ୱାରେଣ୍ଟିନ୍ କରିଛି ବିଏସି । ସେମାନଙ୍କୁ ମୁମ୍ୱାଇର ରାଜ୍ ଲ୍ୟାଣ୍ଡସ ଏଣ୍ଡ ହୋଟେଲରେ କ୍ୱାରେଣ୍ଟିନ୍ କରାଯାଇଛି । ସେମାନଙ୍କ ସହ ଅରବାଜଙ୍କ ପୁଅ ନିର୍ବାଣ ଖାନ ବି ଅଛନ୍ତି ।

ଗତକାଲି ଏମାନଙ୍କ ନାଁରେ କୋଭିଡ୍ ନିୟମ ଉଲ୍ଲଂଘନ ନେଇ ମୁମ୍ୱାଇ ଖର ପୋଲିସ ଷ୍ଟେସନରେ ଏତଲା ଦେଇଥିଲା ବିଏମସି । ଅଭିଯୋଗ ହୋଇଛି, ଏମାନେ ତିନି ଜଣ ଡିସେମ୍ୱର ୨୫ତାରିଖରେ ଦୁବାଇରୁ ଫେରିଥିଲେ । ଏମାନଙ୍କୁ ହୋଟେଲରେ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଥିଲା ।

କିନ୍ତୁ ସେମାନେ ଘରକୁ ଯାଇଥିଲେ । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ, ବ୍ରିଟେନ, ଦୁବାଇ ଓ ୟୁରୋପରୁ ଫେରିଲେ ସାତ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । କିନ୍ତୁ ଏମାନେ ଉଲ୍ଲଂଘନ କରିଥିଲେ ।

Leave A Reply

Your email address will not be published.