Latest Odisha News

କେନ୍ଦୁଝରରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ମାଗଣା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଡୁବୁଣାଠାରେ ଆର୍ସେଲର ମିତ୍ତଲ-ନିପନ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ଏହା ୨୪ ଘଣ୍ଟିଆ ଏବଂ ମାଗଣାରେ ଉପଲବ୍ଧ ହେବ।

ଡୁବୁଣାର ପ୍ଲାଣ୍ଟ ମୁଖ୍ୟ ଜୟବର୍ଦ୍ଧନ ପରୋହା ଓ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନୂଆ ଆମ୍ବୁଲାନ୍ସ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆମ୍ବୁଲାନ୍ସ ସେବା ଆଖପାଖ ଗାଁରୁ ଗୁରୁତର ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପହଞ୍ଚାଇବାରେ ସହାୟକ ହେବ।

ଏହା ସ୍ଥାନୀୟ ଲୋକଙ୍କ ସେବା କରିଆସୁଛି ଏବଂ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି, ଏହି ପଦକ୍ଷେପ ଦ୍ୱାରା ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କେନ୍ଦୁଝରରେ କମ୍ପାନୀ ଏହାର ସିଏସଆର ପଦକ୍ଷେପର ଏକ ଅଂଶ ଭାବରେ ୫,୦୦୦ରୁ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଣ, କମ୍ୟୁନିଟି ହଲ୍ ନିର୍ମାଣ, ଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ ଏବଂ ଡିଜିଟାଲ ଦକ୍ଷତା କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରିଛି।

Comments are closed.