ଭୁବନେଶ୍ୱର: ଅର୍ଚ୍ଚନା ନାଗ ପ୍ରସଙ୍ଗ କେବେଳ ରାଜଧାନୀରେ ଥିବା ମିଡିଆରେ ସମୀତ ହୋଇ ରହିବ ନାହିଁ। ଏହା ଧାମନଗର ବିଧାନସଭା ଉପନିର୍ବାଚନ ବେଳେ ମଧ୍ୟ ଉଠିବ। ଏହା କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ନଭେମ୍ବର 3ରେ ଏହି ଆସନ ପାଇଁ ଭୋଟ୍ ପଡିବ। ଏହା ପୂର୍ବରୁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଘୋଷଣା କରିସାରିଛନ୍ତି।
ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ନିର୍ବାଚନରେ ବିଜେଡି ଓ ବିଜେପି ବିରୋଧରେ ଦଳ ଜୋରଦାର ପ୍ରଚାର କରିବ। ଦରଦାମ ଅହେତୁକ ବୃଦ୍ଧି ପାଇଁ ବିଜେପିକୁ ଲୋକେ ଭୋଟ୍ ଦେବେ ନାହିଁ। ଆଉ ବିଜେଡି ସରକାରରେ କିଭଳି ନେତା, ମନ୍ତ୍ରୀ ଓ ଅଫିସର ମାନେ କିଭଳି ଅର୍ଚ୍ଚନା ନାଗର ହନିଟ୍ରାପ ପ୍ରସଙ୍ଗରେ ଫସିଛନ୍ତି ସେ କଥା କଂଗ୍ରେସ କହିବ। ଘରକୁ ଘର ବୋଲି କଂଗ୍ରେସ ନେତା ମାନେ ଏ ନେଇ ଲୋକଙ୍କୁ ଅବଗତ କରାଇବେ। କିଭଳି ରାଜ୍ୟରେ ସରକାର ଚାଲିଛି ଏବଂ ଦୁର୍ନୀତି ହେଉଛି କଂଗ୍ରେସ ଜନସାଧାରଣଙ୍କୁ ଜଣାଇବ।
ଅନେକ ନେତା, ମନ୍ତ୍ରୀ ଏହି ସେକ୍ସ ସ୍କାଣ୍ଡାଲରେ ସାମିଲ ଅଛନ୍ତି ଯଦି ତଦନ୍ତ ହେବ ତାହେଲେ ନିଶ୍ଚିତ ବିଜେଡି ସରକାର ଭାଙ୍ଗିଯିବ। ଉପନିର୍ବାଚନ ସହିତ ଆଗାମୀ ଦିନରେ ବିଧାନସଭା ଅଧିବେଶନ ବେଳେ ମଧ୍ୟ କଂଗ୍ରେସ ଏହି ପ୍ରସଙ୍ଗକୁ ଗୃହରେ ଉଠାଇବ ବୋଲି ସାଲୁଜା କହିଛନ୍ତି।
Comments are closed.