Latest Odisha News

BREAKING NEWS

ଅର୍ଚ୍ଚନା ନାଗ ମାମଲା: ଇଡିର ସମନ ପରେ ହାଇକୋର୍ଟରେ ଜାମିନ୍ ଆବେଦନ କଲେ ଖଗେଶ୍ୱର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜାମିନ୍ ଆବେଦନ କରିଛନ୍ତି ଖଗେଶ୍ୱର ପାତ୍ର । ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରୁଛି । ଇଡି ଏହି ମାମଲାରେ ହାଜର ହୋଇ ଜେରାର ସାମ୍ନା କରିବାକୁ କହିବାର ଦିନକ ପରେ ଖଗେଶ୍ୱର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏପରି କରି ଗିରଫଦାରୀରୁ ବର୍ତ୍ତିବାକୁ ପ୍ରୟାସ କରିଛନ୍ତି ଖଗେଶ୍ୱର ପାତ୍ର ।

ଖଗେଶ୍ୱରଙ୍କ ନାଁରେ ଭୁବନେଶ୍ୱର ସ୍ଥିତ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଛି । ହେଲେ ପୋଲିସ ଏଯାବତ ତାକୁ ଗିରଫ କରିନାହିଁ । ଅର୍ଚ୍ଚନା ନାଗ ମାମଲାରେ ଯେଉଁ ହନିଟ୍ରାପ ମାମଲା ସାମ୍ନାକୁ ଆସିଛି ସେଥିରେ ଖଗେଶ୍ୱରଙ୍କ ଭୂମିକା ଥିବା ଅଭିଯୋଗ ରହିଛି । ଖଗେଶ୍ୱର ହେଉଛନ୍ତି ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦର ସ୍ୱାମୀ । ଏବେ ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ଝାରପଡା ଜେଲରେ ରହିଛନ୍ତି । ହେଲେ ଖଗେଶ୍ୱର ଘଟଣାର ମାସକ ପରେ ମଧ୍ୟ ସାମ୍ନାକୁ ଆସିନାହାନ୍ତି । ଅର୍ଚ୍ଚନା ନାଗଙ୍କ ଘର ପରି ଖଗେଶ୍ୱର ପାତ୍ରଙ୍କର ମଧ୍ୟ ବଡ କୋଠା ରହିଛି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ହେବାକୁ ମାସେ ପୂରିଛି। ହେଲେ ଏହି ମାମଲାରେ ଆର୍ଥିକ ନେଣଦେଣ ପାଖରୁ ଆରମ୍ଭ କରି ହନିଟ୍ରାପର ଦିଗ ସାମ୍ନାକୁ ଆସିଥିଲେ ମଧ୍ୟ ପୋଲିସ ଏଯାବତ ଅର୍ଚ୍ଚନା ପରେ ତାଙ୍କ ସ୍ୱାମୀ ଧନଞ୍ଜୟ ଚାନ୍ଦଙ୍କୁ ହିଁ ଗିରଫ କରିବାରେ ସକ୍ଷମ ହୋଇଛି। କିନ୍ତୁ ଅନେକ ଶାସକ ଦଳ ଓ ବିରୋଧୀ ବିଜେପି ଦଳର ନେତା ହନିଟ୍ରାପ ମାମଲାରେ ଥିବା ନେଇ ଦାବି ହେଉଛି। ପୋଲିସ ଏ ଦିଗରେ ତଦନ୍ତ କରି କେତେବାଟ ଆଗକୁ ଯାଇଛି ତାହା ସେ ହିଁ ଜାଣିଛି। ସେପଟେ ଇଡି ଆର୍ଥିକ ନେଣଦେଣ ମାମଲାର ତଦନ୍ତ କରିବା ଆରମ୍ଭ କରିଛି। ଯାହାକୁ ନେଇ ଛାନିଆ ବଡ ବଡିଆ ନେତା।

Comments are closed.