Latest Odisha News

BREAKING NEWS

ସ୍ୱାମୀର ଦୀର୍ଘାୟୁ କାମନା କରି ଝାରପଡା ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ୍

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ କରୁଛନ୍ତି ସ୍ତ୍ରୀ। ଓଡ଼ିଆ ପରମ୍ପରା ଅନୁଯାୟୀ ସଧବା ନାରୀ ମାନେ ସ୍ୱାମୀଙ୍କର ସୁସ୍ଥ ଶରୀର ଏବଂ ଦୀର୍ଘ ଆୟୁଷ କାମନା କରି ଆଜି ମାଙ୍କୁ ପୂଜା କରିଥାଆନ୍ତି । ନାଲି ଶଙ୍ଖା, ନୂଆ ଶାଢ଼ି, ଭୋଗ ନୈବଦ୍ୟ ଆଦି ମାଙ୍କ ନିକଟରେ ପୂଜା କରିଥାଆନ୍ତି ।

ତେବେ ଏହାରି ଭିତରେ ସାବିତ୍ରୀ ବ୍ରତ ପାଳିଛନ୍ତି ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ୍ । ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ଦୀର୍ଘ ଆୟୁ କାମନା କରି ଜେଲରେ ରହି ପୂଜା କରିଛନ୍ତି ଅର୍ଚ୍ଚନା । ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ କରିବା ପାଇଁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କ ନିବେଦନକୁ ଗ୍ରହଣ କରିନଥିଲେ ।

ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ ଅନୁଯାୟୀ, ଝାରପଡ଼ା ଜେଲରେ ସମସ୍ତ ମହିଳା କଏଦୀ ଏହି ବ୍ରତ ପାଳନ କରିଛନ୍ତି । ଜେଲ୍ କ୍ୟାମ୍ପସ୍‌ରେ ଥିବା ହନୁମାନ ମନ୍ଦିରେ ସାମୁହିକ ସାବିତ୍ରୀ ବ୍ରତ ପାଳନ ହୋଇଛି । ଏଥିପାଇଁ ଜେଲ୍‌ ପକ୍ଷରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ମହିଳା କଏଦୀଙ୍କୁ ନୂଆ ଶାଢ଼ୀ, ନାଲି ଶଙ୍ଖା, ଭୋଗ, ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଝାରପଡ଼ା ଜେଲରେ ବିଚରାଧିନ ଓ ସଜ୍ଜା କାଟୁଥିବା ମହିଳା କଏଦୀଙ୍କ ମଧ୍ୟରେ ବ୍ଲାକ୍‌ମେଲ କୁଇନ୍‌ ଅର୍ଚ୍ଚନା ନାଗ ମଧ୍ୟ ସାବିତ୍ରୀ ବ୍ରତ ପାଳିଛନ୍ତି । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣ ଲୋକଙ୍କୁ ଯିବା ପାଇଁ ବାରଣ କରାଯାଇଛି ।

Leave A Reply

Your email address will not be published.