Latest Odisha News

କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି, କାହିଁକି ଗିରଫ କରାଯାଉନି କହି ବର୍ଷିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ହାଇପ୍ରୋଫାଇଲ ସେକ୍ସରାକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି। ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସିବିଆଇ କୋର୍ଟରେ ହାଜର ହୋଇ ବାହାରିବା ପରେ ସେ କହିଛନ୍ତି, ସେକ୍ସ ରାକେଟ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ମଧ୍ୟ ସାମିଲ ରହିଛି। ହେଲେ ସେ ଗିରଫ ହେବା ବଦଳରେ କାହିଁକି ବାହାରେ ବୁଲୁଛି ବୋଲି ସେ ପ୍ରଶ୍ନ କରୁଛି।

ସେ କହିଛନ୍ତି, କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ରହିଛି। ଯେଉଁଥିପାଇଁ ତାକୁ ଗିରଫ କରାଯାଉନାହିଁ। ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି। ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି। ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା। ରାଜଧାନୀ ଉପକଣ୍ଠ ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ଶ୍ରଦ୍ଧାଞ୍ଜଳିକୁ ପଠାଯାଇଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ସେଥିପାଇଁ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ମାମଲାରେ ଇଡି ଆର୍ଥିକ ନେଣଦେଣ ଦିଗ ଉପରେ ତଦନ୍ତ କରୁଥିବା ବେଳେ କମିଶନରେଟ ପୋଲିସ ମଧ୍ୟ ତଦନ୍ତ କରୁଛି। ଏବେ ଶ୍ରଦ୍ଧାଞ୍ଜଳି ଗିରଫ ନହେବା କଥା କହି ଅର୍ଚ୍ଚନା କମିଶନରେଟ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ସୋମବାର ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ସିବିଆଇ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା ନାଗ। ଗତବର୍ଷ ଡିସେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କୁ ମନି ଲଣ୍ଡରିଂ ନିରୋଧ ଆଇନ୍ ଅନୁଯାୟୀ ଗିରଫ କରିଥିଲା। ତାଙ୍କ ବିରୋଧରେ ୨୦୧୮ରୁ ୨୦୨୨ ମଧ୍ୟରେ ତାଙ୍କ ସ୍ୱାମୀଙ୍କ ସହ ମିଶି ୩୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠୁଳ କରିବା ସହ ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅଶ୍ଳୀଳ ଭିଡିଓ ମାଧ୍ୟମରେ ବ୍ଲାକମେଲିଂ କରିଥିବା ଅଭିଯୋଗ ରହିଛି।

ଇଡି ହନିଟ୍ରାପ୍ ମାମଲାରେ ଆର୍ଥିକ କାରବାରର ତଦନ୍ତ କରୁଛି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଦମ୍ପତିଙ୍କ ଆକାଉଣ୍ଟରେ ନଗଦ ଜମା ହୋଇଥିବା ପ୍ରାୟ ୨.୫ କୋଟି ଟଙ୍କାକୁ ଚିହ୍ନଟ କରିସାରିଛି। ଚଳିତ ବର୍ଷ ଜାନୁଆରି ମାସରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅର୍ଚ୍ଚନାଙ୍କର ପାଖାପାଖି ୩.୬୪ କୋଟି ଟଙ୍କା ମୂଲ୍ୟର ଆମଦାନୀ ହୋଇଥିବା ଇଣ୍ଟେରିୟର ଡେକୋରେସନ୍ ସହ ଏକ ରାଜପ୍ରାସାଦକୁ ଜବତ କରିଥିଲା। ଏହାବ୍ୟତୀତ ୫୬ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଦୁଇଟି ଦାମୀ ଗାଡ଼ି ମଧ୍ୟ ପୂର୍ବରୁ ଆଣ୍ଟି ମନି ଲଣ୍ଡରିଂ ଆଇନ ବଳରେ ଜବତ କରାଯାଇଥିଲା।

ଅର୍ଚ୍ଚନା ନାଗଙ୍କ ବିରୋଧରେ ପିଏମଏଲଏ ଧାରାରେ ତଦନ୍ତ କରିବା ପାଇଁ ଇଡିରେ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସ) ରେକର୍ଡ କରାଯାଇଥିଲା। ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଶ୍ରଦ୍ଧାଞ୍ଜଳୀ ବେହେରା, ଏବଂ ଭୁବନେଶ୍ୱର ପୋଲିସ ଦ୍ୱାରା ପଞ୍ଜିକୃତ ଦୁଇଟି ପୃଥକ ପୃଥକ ଏଫାଇଆରକୁ ଆଧାର କରି ଖଗେଶ୍ୱର ପାତ୍ର ଏବଂ ଅନ୍ୟ ମାନଙ୍କୁ ଇଡି ପଚରାଉଚରା କରିଥିଲା। ଏଥିରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କ ସମେତ, ଚଳଚ୍ଚିତ୍ର ନିର୍ମାତା ପ୍ରମୋଦ ସ୍ୱାଇଁ, ବ୍ୟବସାୟୀ ଅମିୟକାନ୍ତ ଦାସ, ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ, ପ୍ରପର୍ଟି ଡିଲର ପ୍ରଭାତ ରଞ୍ଜନ ପତି, ହୋଟେଲ ବ୍ୟବସାୟୀ ଶିବା ପ୍ରସାଦ ଦାସ, ଏବଂ ଆର୍କିଟେକ୍ଟ ରଞ୍ଜିତ ବେହେରା ରହିଛନ୍ତି।

Comments are closed.