Latest Odisha News

BREAKING NEWS

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା

ଭୁବନେଶ୍ୱର: ଓଡିଶାର ରାଜନୈତିକ କରିଡରକୁ ଦୋହଲାଇ ଦେଇଥିବା ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଦେବେ ଓକିଲାତି ପରୀକ୍ଷା। ଏଥିପାଇଁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଥିବା ସୂଚନା ରହିଛି । ସୂଚନା ମୁତାବକ, ଖୁବ୍ ଶୀଘ୍ର ସେ ତାଙ୍କର ଇଣ୍ଟିଗ୍ରେଟେଡ୍ ଲ’ ପ୍ରୋଗ୍ରାମ ସେମେଷ୍ଟର ପରୀକ୍ଷା ଦେବେ।

ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବେ ଇଡି ଏବଂ ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡା ଜେଲରେ ରହିଛନ୍ତି। ଉଭୟଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ସହ ହନିଟ୍ରାପ ମାମଲା ରହିଛି । ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱର ସେସନ୍ସ କୋର୍ଟରେ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ଅର୍ଚ୍ଚନା ନାଗ କିଭଳି ଫିଲ୍ମ ପ୍ରଯୋଜକ ପ୍ରୋମଦ ସ୍ୱାଇଁଙ୍କୁ ହନିଟ୍ରାପ କେସରେ ଫସାଇ ୩୩ ଲକ୍ଷ ଟଙ୍କା ଆଦାୟ କରିଥିଲା ତାହା ଉଲ୍ଲେଖ ରହିଛି। ସେହିପରି ଅର୍ଚ୍ଚନା ତାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀଙ୍କ ସହାୟତାରେ ଫିଲ୍ମ ପ୍ରୟୋଜକ ଅକ୍ଷୟ ପରିଜାଙ୍କୁ ମଧ୍ୟ ସେ ବ୍ଲାକମେଲିଂ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଅପରପକ୍ଷରେ ସେସନ କୋର୍ଟ ଫରେନ୍ସିକ ଲ୍ୟାବରୁ ଡିଜିଟାଲ ପ୍ରମାଣ ଉପରେ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି।

Comments are closed.