Latest Odisha News

ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ ମହିଳା ଟିମ ୧୯୮୩ ପଂଏଟ ହାସଲ କରିଥିଲେ । ଅପରପକ୍ଷରେ ଧୀରଜ ବୋମ୍ମେଦେୱରାଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ୨୦୧୩ ପଂଏଟ ସହ ପୁରୁଷ ଟିମ ତୃତୀୟ ସ୍ଥାନ ହାସଲ କରିଛି । ମହିଳା ଟିମ ଫ୍ରାନ୍ସ ଓ ନେଦରଲାଣ୍ଡ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାଙ୍କୁ ଭେଟିବ ।

ସେହିପରି ପୁରୁଷ ଟିମ ତୁର୍କିଏ ଓ କଲମ୍ବିଆ ମୁକାବିଲାରେ ବିଜେତାଙ୍କୁ ସମ୍ନା କରିବେ । ଭାରତ ସମସ୍ତ ୫ଟି ଇଭେଂଟରେ ଅଂଶଗ୍ରହଣ କରିବ । ମିକ୍ସଡ ଇଭେଂଟରେ ଅଙ୍କିତା ଓ ଧୀରଜ ଯୋଡି ପଦକ ହାସଲ କରିବେ ବୋଲି ଆଶା କରାଯାଉଛି । ଭାରତ ତୀରନ୍ଦାଜରେ ଇତିହାସ ରଚିବାକୁ ଯାଉଛି ବୋଲି ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି ।

Comments are closed.