ମୁମ୍ବାଇ: “ସନ୍ ଅଫ୍ ସରଦାର ୨” ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ମୃଣାଲ ଠାକୁର ସାଉଥ୍ ସୁପରଷ୍ଟାର ଧନୁଷଙ୍କ ସହ ନିଜ ସମ୍ପର୍କକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ତେବେ ଏନେଇ ଯେତେବେଳେ ମୃଣାଲଙ୍କୁ ପଚରା ଯାଇଥିଲା, ସେ ଧନୁଷଙ୍କୁ କେବଳ ଜଣେ “ଭଲ ବନ୍ଧୁ” ବୋଲି କହିଥିଲେ। ଅଜୟ ଦେବଗନଙ୍କ ନିମନ୍ତ୍ରଣରେ ସେ ସ୍କ୍ରିନିଂରେ ଯୋଗ ଦେଇଥିବା ମଧ୍ୟ କହିଥିଲେ।
ବର୍ତ୍ତମାନ୍ କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ଧନୁଷ ଏବଂ ମୃଣାଲ ଠାକୁର ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିବେ ବୋଲି କୁହାଯାଉଛି। ବର୍ତ୍ତମାନ୍ ଏହି ଖବର ସାରା ବଲିଉଡ ଜଗତରେ ହଲଚଲ ସୃଷ୍ଟି କରିଦେଇଛି। କିନ୍ତୁ ବର୍ତ୍ତମାନ୍ ସୁଦ୍ଧା ଏହି ଖବରକୁ ନେଇ ଧନୁଷ କିମ୍ବା ମୃଣାଲଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ।
ତେବେ ଉଭୟ ସତରେ ଡେଟ୍ କରୁଥିବା ନେଇ କିଛି ରିପୋର୍ଟ ଦାବି କରିଛନ୍ତି। ଧନୁଷ ୨୦୦୪ ମସିହାରେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଓ ଦୀର୍ଘ ୧୮ ବର୍ଷ ପରେ ୨୦୨୨ ମସିହାରେ ଉଭୟ ଅଲଗା ମଧ୍ୟ ହୋଇଯାଇଥିଲେ। ପରେ ୨୦୨୪ ମସିହାରେ ଚେନ୍ନାଇର ପରିବାର କୋର୍ଟରେ ସେମାନଙ୍କର ଛାଡପତ୍ର ଚୂଡ଼ାନ୍ତ ହୋଇଥିଲା। ମୃଣାଲଙ୍କ ପୂର୍ବରୁ, ଧନୁଷଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡି ହୋଇସାରିଛି କିନ୍ତୁ ମୃଣାଲଙ୍କ ସହ ତାଙ୍କ ବିବାହ ଖବର ସବୁଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି।
Comments are closed.