Latest Odisha News

ଅଧିକ ଗରମ ପାଣି ପିଉଛନ୍ତି କି ! ହୋଇଯାଆନ୍ତୁ ସାବଧାନ  

ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ। ଥଣ୍ଡାର ପ୍ରଭାବ ଅଧିକ ରହିଥିବାରୁ ସମସ୍ତେ ଗରମ ପାନୀୟ ପିଇବା ପାଇଁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ କିଛି ଲୋକ ଥଣ୍ଡା ସକାଳୁ ଗରମ ପାଣି ପିଇଥାଆନ୍ତି  । କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ପାନୀୟ ପିଇବା ଦ୍ୱାରା ସୁସ୍ଥ ହେବା ବଦଳରେ ଆପଣ ଅସୁସ୍ଥ ହୋଇପାରନ୍ତି । ବିଶେଷଜ୍ଞଙ୍କ ମତରେ ଅଧିକ ଗରମ ପାଣି ପିଇବା ସ୍ୱାସ୍ଥ୍ୟପ୍ରତି ଘାତକ ହୋଇପାରେ। ଏହି କାରଣ ଯୋଗୁ ଅନେକ ସମସ୍ୟା ମଧ୍ୟ ଦେଖା ଦେଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜଣେ ବ୍ୟକ୍ତି ଦିନରେ ତିନି ଗ୍ଲାସ ଗରମ ପାଣି ପିଇବା ଉଚିତ । ଏହାଠାରୁ ଅଧିକ ଗରମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପ୍ରତ୍ୟେକ ଭୋଜନର ୧ ଘଣ୍ଟା ପରେ ଏହି ଗରମ ପାଣି ପିଅନ୍ତୁ ।

-ସେହିପରି ଗରମ ପାଣି ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଗରମ ପାଣି ପିଇବା ଦ୍ୱାରା ପେଟର ତାପମାତ୍ରା ବଢ଼ିଯାଏ ଓ ଏହା କୋଷ୍ଠକାଠିନ୍ୟର କାରଣ ସାଜିପାରେ।

-ଗରମ ପାଣି ଶରୀରର ଜଳ ଅଭାବକୁ ଦୂର କରିପାରେ ନାହିଁ, ଯାହାଦ୍ୱାରା ଡିହାଇଡ୍ରେସନ୍ ହୋଇପାରେ । ଫଳରେ ଓଠ ଶୁଷ୍କ ହେବା ସହ ପାଦରେ ଯନ୍ତ୍ରଣା ଦେଖା ଦେଇପାରେ।

-ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ତଣ୍ଟିରୁ ପେଟ ଯାଏ ଯାଇଥିବା ନଳିକୁ କ୍ଷତି ପହଞ୍ଚିପାରେ । ଫଳରେ ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିଙ୍କୁ ଯନ୍ତ୍ରଣା ଓ କଷ୍ଟ ହୋଇପାରେ।

– ଯଦି ଆପଣ ଅଧିକ ମାତ୍ରାରେ ଗରମ ପାଣି ପିଅନ୍ତି ତେବେ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ପ୍ରଭାବିତ କରେ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରେ । ଏଥିସହ ଏହା ପେଟର ପିଏଚ୍ ଓ ଭଲ ବ୍ୟାକ୍ଟେରିଆକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ ।

 

Leave A Reply

Your email address will not be published.