Latest Odisha News

BREAKING NEWS

ଅର୍ଜୁନଙ୍କୁ ଅପେକ୍ଷା କରିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ

ମୁମ୍ବାଇ: ବିଗତ ଦିନରେ ଦୁଇଦୁଇଥର ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ଦ୍ୱାରା ଜେରାର ସମ୍ମୁଖୀନ ହୋଇଥିଲେ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ମାମଲାରେ ତାଙ୍କ ଶାଳକ ଗିରଫ ହେବା ପରେ ଅର୍ଜୁନ ବାରମ୍ବାର ଏନସିବି କାର୍ଯ୍ୟାଳୟ ଦୌଡିଦୌଡି ନୟାନ୍ତ ହୋଇଗଲେଣି । ତଥାପି ଏହାର ପ୍ରଭାବ ତାଙ୍କ କ୍ୟାରିୟର ଉପରେ ଏତେଟା ପ୍ରତିଫଳିତ ହୋଇନି । ବୋଧ ହୁଏ ଏଥିପାଇଁ ତାଙ୍କୁ ଅପେକ୍ଷା କରିଛନ୍ତି ଅଭିନେତ୍ରୀ ଦିଗାଙ୍ଗନା ସୂର୍ଯ୍ୟବଂଶୀ ।

ଆଗାମୀ ଦିନରେ ଫିଲ୍ମ ‘ଦ ବାଟଲ୍ ଅଫ୍‌ ଭୀମା କୋରେଗାଓଁ ‘ରେ ଏକାଠି ନଜର ଆସିବେ ଅଭିନେତ୍ରୀ ଦିଗାଙ୍ଗନା ଓ ଅର୍ଜୁନ ରାମପାଲ । ଫିଲ୍ମରେ ଦିଗାଙ୍ଗନାଙ୍କୁ ମିଳିଛି ବେଶ ସାଧାରଣ ଚରିତ୍ର । ଏପରିକି ତାଙ୍କୁ ସୁଟିଂ ସେଟ୍‌ରେ ବି ମେକ ଅପ୍ ନେବାକୁ ନିର୍ଦ୍ଦେଶକ ମନା କରିଛନ୍ତି । ତଥାପି ଏହି ଫିଲ୍ମକୁ ନେଇ ସେ ବହୁତ ଉତ୍ସାହିତ ଥିବା ଜଣାପଡିଛି ।

ଫିଲ୍ମରେ ଦିଗାଙ୍ଗନାଙ୍କୁ ଫିମେଲ୍ ଲିଡ୍ ରୋଲରେ ଦେଖିବାକୁ ମିଳିବ । ଟିଭିରୁ ବଡ ପରଦାକୁ ଆସିଥିବା ଏହି ଅଭିନେତ୍ରୀ ପୂର୍ବରୁ ଜଲେବି ଓ ଫ୍ରାୟଡେ ଭଳି ଫିଲ୍ମରେ ନଜର ଆସିଥିଲେ । ହେଲେ ଏହି ଦୁଇଟି ଫିଲ୍ମରେ ତାଙ୍କୁ ଏତେଟା ପ୍ରଭାବି ଚରିତ୍ର ମିଳିନଥିଲା । ଫିଲ୍ମର ସୁଟିଂ ପାଖାପାଖି ସରିଆସିଥିଲାବେଳେ ଅର୍ଜୁନଙ୍କ ଲାଗି ସମସ୍ତେ ଅପେକ୍ଷା କରିଛନ୍ତି । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଅର୍ଜୁନ ଖୁବଶୀଘ୍ର ସୁଟିଂ ସେଟ୍‌କୁ ଫେରିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.