ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସେ ସମୟରେ ବେଶ୍ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ଏହି ବାହାଘରକୁ ଦୂରବୀକ୍ଷଣ ଯନ୍ତ୍ରରେ ସଞ୍ଜୟ କାପୁର ଦେଖିଥିଲେ ବୋଲି ଅର୍ଜୁନ କାପୁର କହିଛନ୍ତି । ଫ୍ୟାବଲସ ଲାଇଭସ ଅଫ ବଲିଉଡ ୱାଇଭରେ ଅର୍ଜୁନ କାପୁର ତାଙ୍କ କକା ଏବଂ ଖୁଡୀ ବିଷୟରେ ଏହି ମଜାଦାର କଥା ଉପରୁ ପରଦା ଉଠାଇଛନ୍ତି ।
ସଞ୍ଜୟ ଏବଂ ତାଙ୍କ ପତ୍ନୀ ମହୀପ ଛାତ ଉପରୁ ବାହାଘରର ପୂରା ମଜା ଉଠାଇଥିଲେ । ଏଥିରେ କେଉଁ କେଉଁ ଅତିଥି ଆସୁଛନ୍ତି ତାହା ଦେଖିବା ପାଇଁ ସେମାନେ ବେଶ୍ ଆଗ୍ରହୀ ଥିଲେ ।
Comments are closed.