Latest Odisha News

BREAKING NEWS

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି।

ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ନଭେମ୍ବର-ଡିସେମ୍ବରରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଆଲୋଚନା ହେଉଛି।

ତେବେ ବିବାହ ଗୁଜବ ମଧ୍ୟରେ ଅର୍ଜୁନ ଏକ ନୋଟ ଶେୟାର କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଯଦିଓ ମଲାଇକାଙ୍କ ସହ ତାଙ୍କ ବିବାହ ବିଷୟରେ ଉଲ୍ଲେଖ କରିନାହାଁନ୍ତି। କିନ୍ତୁ ବିବାହ ଚର୍ଚ୍ଚା ଉପରେ ଇସାରାରେ କହିଚନ୍ତି।

ଅର୍ଜୁନ ଲେଖିଛନ୍ତି- ମୋ ଜୀବନ ବିଷୟରେ ଲୋକମାନେ ଆଗୁଆ କିପରି ଜାଣନ୍ତି ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଯାଉଛି।

ମଲାଇକା ଏବଂ ଅର୍ଜୁନ ପରସ୍ପରକୁ ଡେଟ କରିବାର ଚାରି ବର୍ଷରୁ ଅଧିକ ସମୟ ବିତିଗଲାଣି। ଅଭିନେତା ଅରବାଜ ଖାନଙ୍କୁ ଛାଡପତ୍ର ଦେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ପଡିଛନ୍ତି।

Leave A Reply

Your email address will not be published.