Latest Odisha News

BREAKING NEWS

ଖାରଜ ହେଲା ଅରମାନ କୋହଲିଙ୍କ ଜାମିନ ଆବେଦନ

ମୁମ୍ବାଇ: ବଲିଉଡ ଅଭିନେତା ଅରମାନ କୋହଲିଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଡ୍ରଗ୍ସ କେସରେ କୋହଲି କରିଥିବା ଜାମିନ ଆବେଦନକୁ ଏନଡିପିଏସ କୋର୍ଟ ଖାରଜ କରି ଦେଇଛନ୍ତି । ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରୁ ଅଗଷ୍ଟ ୨୮ରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଡ୍ରଗ୍ସ ଜବତ କରିଥିଲା । ଅରମାନ ସେ ସମୟରେ ନିଶାସକ୍ତ ଅବସ୍ଥ୍‌ାରେ ରହିଥିଲେ ।

ପରେ ଅଧିକ ତଦନ୍ତ କରାଯିବାରୁ ଡ୍ରଗ୍ସ ପ୍ୟାଡେଲର ଅଜୟ ସିଂଙ୍କ ସହ ସମ୍ପର୍କ ଥିବା ଜଣା ପଡିବା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । କୋର୍ଟ ଜାମିନ ଆବେଦନ ଖାରଜ କରିଦେବା ଫଳରେ ଅରମାନଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ଅରମାନ କେତେଗୁଡିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ସେତେଟା ସଫଳ ହୋଇପାରି ନ ଥିଲେ ।

Leave A Reply

Your email address will not be published.